ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନର ସଭାକକ୍ଷ ଠାରେ ଜିଲ୍ଲାରେ ଥିବା ସମସ୍ତ ଘରୋଇ ଛାତ୍ରଛାତ୍ରୀ ନିବାସର ପରିଚାଳକଙ୍କ ନିମନ୍ତେ କିଶୋର ନ୍ୟାୟ ଅଧିନିୟମ ୨୦୧୫ ଓ ମାନ ଦଣ୍ଡ ଉପରେ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶିଶୁ କଲ୍ୟାଣର ସମିତିର ଅଧ୍ୟକ୍ଷ ପ୍ରମୋଦ କୁମାର ରାଉଳ ଯୋଗଦେଇଥିବା ବେଳେ ଅନ୍ୟ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ରାଜ୍ୟ ସ୍ତରରୁ ଆସିଥିବା ପରାମର୍ଶ ଦାତା ଭାବେ ମନୋଜ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ।
ସର୍ବପ୍ରଥମେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପସ୍ଥିତ ଅଂଶ ଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇବା ସହ ପରାମର୍ଶ ଦାତା ମନୋଜ କୁମାର ତ୍ରିପାଠୀ ଶିଶୁ ମାନେ ରହୁଥିବା ଛାତ୍ରଛାତ୍ରୀ ନିବାସରେ କିପରି ଯତ୍ନ ଓ ସୁରକ୍ଷାରେ ରହିବେ ଏବଂ ଯତ୍ନ ଓ ସୁରକ୍ଷା ଉପରେ ଶିଶୁଙ୍କର ରାଜ୍ୟ ଓ କେନ୍ଦ୍ରସରକାର ଯାହା ନିୟମ ପ୍ରଣୟନ କରିଛନ୍ତି ତାହା ଉପରେ ବିଶେଷ ଭାବେ ଆଲୋଚନା କରିଥିଲେ ।
ସେହିପରି ଘରୋଇ ଛାତ୍ରଛାତ୍ରୀନିବାସରେ ରହୁଥିବା ଶିଶୁ ମାନେ ଯେପରି ଯୌନ ଶୋଷଣର ଶିକାର ନହୁଅନ୍ତି ସେଥିପ୍ରତି ପରିଚାଳକ ସତର୍କ ରହିବା ସହ ସ୍ୱତନ୍ତ୍ର ଏ ଦିଗ ପ୍ରତି ଧ୍ୟାନ ଦେବେ । ଯଦି କୌଣସି ସମୟରେ ଶିଶୁ ଯୌନ ଶୋଷଣର ଶିକାର ହୁଏ ତୁରନ୍ତ ଶିଶୁ କଲ୍ୟାଣ ସମିତି, ନିକଟସ୍ଥ ଥାନା ଏବଂ ଜିଲ୍ଲା ସୁରକ୍ଷା କାର୍ଯ୍ୟାଳୟକୁ ଲିଖିତ ଭାବେ ଜଣାଇବେ । ଯଦି ନଜଣାନ୍ତି ସେଥିପାଇଁ କି କି ଦଣ୍ଡ ବିଧାନ ଅଛି ତାହା ମଧ୍ୟ ପରାମର୍ଶ ଦାତା ଆଲୋଚନାରେ କହିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଉପଯୁକ୍ତ ଅଂଶଗ୍ରହଣକାରୀଙ୍କୁ ଗ୍ରୀନପେସେଜ ଓ ଏଚଆଇଭି ରୋଗରେ ସଂକ୍ରମିତ୍ର ବା ପ୍ରଭାବିତ ହୋଇଥିବା ଅନାଥ ଶିଶୁ କନ୍ୟା ଯାହାଙ୍କ ବୟସ ୫ରୁ ୧୦ ବର୍ଷ ମଧ୍ୟରେ ସେପରି ଶିଶୁଙ୍କୁ ଚିହ୍ନଟ କରି ସରକାରଙ୍କ ତରଫରୁ ବର୍ଷକୁ ସେହିକନ୍ୟାଙ୍କୁ ଏକହଜାରଟଙ୍କା ୧୮ ହଜାର ବର୍ଷ ହେବା ପର୍ଯ୍ୟନ୍ତ ମିଶିବା ଓ ଗ୍ରୀନପେସେଜ ବିଷୟରେ ସୂଚନା ପ୍ରଦାନ କରିଥିଲେ । ଶେଷରେ ଶିଶୁସୁରକ୍ଷା ଅଧିକାରୀ ଛାତ୍ରଛାତ୍ରୀ ନିବାସର ସମସ୍ତ ପରିଚାଳକ ତଥା ଅଂଶ ଗ୍ରହଣକାରୀଙ୍କୁ ଅନୁରୋଧ କରିଥିଲେ କି ଯେଉଁ ଛାତ୍ରଛାତ୍ରୀ ନିବାସରେ ଶିଶୁମାନେ ରହିବା ପାଇଁ ଆନୁସାଙ୍ଗିକ ବ୍ୟବସ୍ଥା ନାହିଁ ସେ ସବୁ ଛାତ୍ରଛାତ୍ରୀ ନିବାସକୁ ତୁରନ୍ତ ବନ୍ଦ କରିଦିଅନ୍ତୁ ବୋଲି କହିଥିଲେ ।
Sign in
Sign in
Recover your password.
A password will be e-mailed to you.