ହ୍ରାସ ଘଟୁନାହିଁ ଭିନ୍ନକ୍ଷମଙ୍କ ସଂଖ୍ୟା

0

ଭୁବନେଶ୍ୱର (ଶାସକ ପ୍ରଶାସକ) : ବର୍ତମାନ ଭିନ୍ନକ୍ଷମତାକୁ ୨୧ ପ୍ରକାର ଭାଗରେ ବିଭକ୍ତ କରାଯାଇଛି । ରାଜ୍ୟରେ ଭିନ୍ନକ୍ଷମ ଦୂରୀକରଣ ପାଇଁ ସରକାରଙ୍କ ପକ୍ଷରୁ ବହୁ ବହୁମୁଖୀ ଯୋଜନା ଓ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଏହା ସେମାନଙ୍କ ସଂଖ୍ୟାରେ ହ୍ରାସ ଘଟୁନାହିଁ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି ।
ଆଜି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ପ୍ରଶ୍ନର ଲିଖିତ ଉତରରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଲେ ଯେ ଭିନ୍ନକ୍ଷମମାନଙ୍କୁ ଭିନ୍ନକ୍ଷମ ଭତା ବ୍ୟତୀତ ଆବଶ୍ୟକ ସଂଖ୍ୟକ ଉପକରଣ, ଭିନ୍ନକ୍ଷମ ଛାତ୍ର ବୃତି, ଭିନ୍ନକ୍ଷମ ବ୍ୟକ୍ତିବିଶେଷଙ୍କ ଉଚ୍ଚଶିକ୍ଷା ଲାଭ କରୁଥିବା ସନ୍ତାନ ସନ୍ତତିମାନଙ୍କୁ ଛାତ୍ର ବୃତି, ମାଗଣା ଲାପ୍ଟପ୍, ବସ୍ ଓ ଟ୍ରେନ୍ରେ ରିହାତି, ଡିଆରଆଇ ଋଣ ଯୋଜନାରେ କମ୍ ସୁଧରେ ବ୍ୟାଙ୍କ ଋଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା/ବିଜୁ ପକ୍କାଘର ଯୋଜନାରେ ଘର, ଚାକିରି କ୍ଷେତ୍ରରେ ସଂରକ୍ଷଣ, ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବିବାହ କରୁଥିବା ମହିଳା, ପୁରୁଷଙ୍କୁ ବିବାହ ପ୍ରୋତ୍ସାହନ ଯୋଗାଇ ଦିଆଯାଇ ସେମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ଆଣିବା ପାଇଁ ପଦକ୍ଷେପମାନ ନିଆଯାଉଛି ।

Leave A Reply

Your email address will not be published.