ମାନବ ସେବା ସଂଘ ଟ୍ରଷ୍ଟ ପକ୍ଷରୁ “ଆଭାର”, ଟ୍ରାଫିକ ପୋଲିସଙ୍କୁ ଛତା ଉପହାର

0

ଝାରସୁଗୁଡା (ସୁବାସ ସାହାରେ ) : ମାନବ ସେବା ସଂଘ ଟ୍ରଷ୍ଟ, ଝାରସୁଗୁଡ଼ା ତରଫରୁ ଆଜି ବସଷ୍ଟାଣ୍ଡ ଟ୍ରାଫିକ ଟାୱାର ନିକଟରେ ଆଭାର- କାର୍ଯ୍ୟକ୍ରମ ଆୟୋଜନ କରା ଯାଇଥିଲା। ଆଭାର କାର୍ଯ୍ୟକ୍ରମ ସଂଘ ପାଇଁ ଗୋଟିଏ ସ୍ଵତନ୍ତ୍ର ମହତ୍ଵ ରଖେ। କୌଣସି ବ୍ୟକ୍ତି ମାନବତା ପାଇଁ କଷ୍ଟ ସ୍ୱୀକାର କରୁଛି ତାର କାମକୁ ସମ୍ମାନ କରିବା।
ପୂର୍ବରୁ ଶିକ୍ଷକ, ରାଜନେତା, ଖେଲାଲି, ସମାଜସେବୀ ପ୍ରଶାସକ ଅନେକଙ୍କୁ ସମ୍ମାନୀତ କରି ଆସୁଅଛି। ଆଜି ଖରା ଏବଂ ସହରର ଭିଡ଼ରେ ବର୍ଷା ଶୀତ ସବୁବେଳେ କଷ୍ଟ ସହି ସହରର ଟ୍ରାଫିକ ସମସ୍ୟାର ସମାଧାନ କରୁଥିବା ଟ୍ରାଫିକ ପୋଲିସ ବନ୍ଧୁ ନିଜ କାମ କରୁଛନ୍ତି ସେ କାମର ସମ୍ମାନରେ ଆଭାର – କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। କେବଳ ଟ୍ରାଫିକ ପୋଲିସ ବନ୍ଧୁମାନଙ୍କ ପାଇଁ ସ୍ଵତନ୍ତ୍ର ଧଳା ଛତା ସଂଘ ତରଫରୁ ତିଆରି କରା ଯାଇଥିଲା।
 ୪୫ ଟି ଛତା ଟ୍ରାଫିକ୍ ପୋଲିସଙ୍କୁ ଦିଆଗଲା ଟ୍ରାଫିକ୍ ଇନ୍ଚାର୍ଯ୍ୟ ଶ୍ରୀ ପ୍ରଦିପ କୁମାର ସାହୁଙ୍କ ହାତରେ  । ରହି କାର୍ଯ୍ୟକ୍ରମ ଅବସରରେ ରାଜକୁମାର ବଖଲା, ଜି.ପ୍ରଧାନ, ଡି. ଦେଈ, ଶ୍ରୀ ରମେଶ ଗାନ୍ଧୀ,ସୁବାସ ସାହାରେ, ବରିଷ୍ଠ ଆଇନଜୀବୀ  ମାନସ ସିଂହା,ସୋଫିଆ ମିଞ୍ଜ, ସରିତ ପାଢ଼ି, ବସିର ଅଲି, ପିତାମ୍ବର ସୁନା, ବୁଦ୍ଧରାମ ତନ୍ତୀ , ରାଜକୁମାର ମଜୁମଦାର, ମହମ୍ମଦ୍ ଖୁସିଦ୍ ଆଲମ୍ ଖାନ୍ ଇତ୍ୟାଦି ଉପସ୍ଥିତ ଥିଲେ।

Leave A Reply

Your email address will not be published.