ବାନ୍ତି କଲେ ପାଟିରୁ ବାହାରୁଛି ପୋଡ଼ା କାଠର କୋଇଲା

0 1

ବଲାଙ୍ଗିର /  ନିରୋଜ ମିଶ୍ର :  ବାନ୍ତି କଲେ ପାଟିରୁ ବାହାରୁଛି ପୋଡ଼ା କାଠର କୋଇଲା। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳୁଛି ଖପ୍ରାଖୋଲ ବ୍ଲକ ବୁଡ଼ିବାହାଲ ଗ୍ରାମର ଚୁଡ଼ାମଣି ପୁଟେଲଙ୍କ ୧୦ ବର୍ଷୀୟା ଝିଅ ସସ୍ମିତାଙ୍କ କ୍ଷେତ୍ରରେ। ଏଭଳି ଘଟଣା ଜଣାପଡ଼ିବା ପରେ ବୁଧବାର ସମ୍ପୃକ୍ତ ନାବାଳିକାଙ୍କୁ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ମେଡିକାଲରେ ଡାକ୍ତରଙ୍କୁ ସସ୍ମିତାଙ୍କ ଅବସ୍ଥା ବିଷୟରେ କହିବା ପରେ ସେ ଏହାକୁ ବିଶ୍ୱାସ କରି ନ ଥିଲେ। ହେଲେ ଡାକ୍ତରଙ୍କ ସମ୍ମୁଖରେ ସେ ବାନ୍ତି କରିବା ପରେ ତାଙ୍କ ପାଟିରୁ କୋଇଲା ବାହାରିଥିଲା। ଏହାଦେଖିବା ପରେ ଡାକ୍ତର ତାଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରିବା ନେଇ ପରାମର୍ଶ ଦେଇଛନ୍ତି। ଏବେ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିବା ଜଣାପଡ଼ିଛି।

Leave A Reply

Your email address will not be published.