ନେହେରୁ ଯୁବକେନ୍ଦ୍ର ପକ୍ଷରୁ ପଲିଥିନ ବର୍ଜ୍ଜନ ପାଇଁ ସଚେତନତା କାର୍ଯ୍ୟକ୍ରମ

0 1

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ :ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ରାମଲିଙ୍ଗେଶ୍ୱର ମନ୍ଦିର ପରିସରରେ ପଲିଥିନ ବର୍ଜନ ଓ ସୁସ୍ଥ ପରିବେଷ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନେହୁରୁ ଯୁବ କେନ୍ଦ୍ରର ଜିଲ୍ଲା ସଂଯୋଜକ ବିଜୟ କୁମାର ମହାପାତ୍ର ଅଧ୍ୟକ୍ଷତା କରି ପଲିଥିନ ପରିବେଷ ଉପରେ କିଭଳି କ୍ଷତିର ପ୍ରଭାବ ପକାଇଥାଏ ପ୍ରକୃତି ପ୍ରେମି ତଥା ଶିକ୍ଷକ ତ୍ରିପତି ପ୍ରସାଦ ପଣ୍ଡା ଯୋଗ ଦେଇ ପଲିଥିନରେ ଥିବା ଅପକାରିତା ଗୁଣ ଗୁଡିକ ଉପରେ କହିଥିଲେ । ଅନ୍ୟତମ ଅତିଥି ଭାବେ ସନ୍ତୋଷ ପଣ୍ଡା , ତ୍ରିନାଥ ଜେନା ପ୍ରମୁଖ ଉପସ୍ଥିତ ରହି ପ୍ରକୃତିର ସୁରକ୍ଷା ପାଇଁ ସମସ୍ତଙ୍କ ନିଜର ପାଳନ ଉପରେ ଗୁରୁତ୍ୱାରୋପ କରି ନିଜନିଜର ମତ ରଖିଥିଲେ । ଶେଷରେ ରାମସାଗର ଛକ ଠାରୁ କେରାଣ୍ଡି ଛକ ପର୍ଯ୍ୟନ୍ତ ଯିବା ରାସ୍ତାରେ ତଳେ ପଡିଥିବା ପଲିଥିନ ସବୁ ଗୋଟାଇ ଗୋଟିଏ ଯାଗାରେ ରଖି ସବୁ ପଡି ନଷ୍ଟ କରିଦିଆଯାଇଥିଲାଏବଂ ପଲିଥିନର ବହୁଳ ବ୍ୟବହାର ପ୍ରକୃତି ଓ ପରିବେଶ ଉପରେ କିଭଳି ଭାବରେ କୁପ୍ରଭାବ ପଡିଛି ସେ ଉପରେ ଜନସଚେତନତା କରାଯାଇଥିଲା ।

Leave A Reply

Your email address will not be published.