ସଇଁନ୍ତଲା ବ୍ଲକରେ ନକଲି ଶିକ୍ଷକଙ୍କ ତାଲିକା ଲମ୍ବା ?

0

ବଲାଙ୍ଗିର(ନିରୋଜ ମିଶ୍ର);ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକରେ ନକଲି ଶିକ୍ଷକଙ୍କ ତାଲିକା ଲମ୍ବା ଥିବା ଜଣାପଡିଛି ।ଶିକ୍ଷକ ମାନଙ୍କ ଜାଲ ନିଯୁକ୍ତି ନେଇ ଏବେ ଅପ୍ରୀତିକର ପରିସ୍ଥିତିରେ ସାମ୍ନା କରୁଛି ଗଣଶିକ୍ଷା ବିଭାଗ ।ଗଣଶିକ୍ଷା ବିଭାଗର ଏହି ନିଷ୍ପତି ନିଶ୍ଚିୟ ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଉଛି । ସୂଚନାରୁ ପ୍ରକାଶ ଯେ ଗତ କିଛି ବର୍ଷତଲେ ଆରଆଇ ମାନଙ୍କ ଅନିୟମିତତାକୁ ନେଇ ବଲାଙ୍ଗିରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଥିଲେ ।ଏବେ ଶିକ୍ଷକଙ୍କ ପାଲି ବୋଲି ଚର୍ଚ୍ଚା ହେଉଛି ।ଏବେ ସଇଁନ୍ତଲା ବ୍ଲକ ରେ ଜାଲ ସାର୍ଟିଫିକେଟଧାରୀ ମାନେ ଚିନ୍ତାରେ ପଡିଛନ୍ତି ।ବାହାର ରାଜ୍ୟରୁ ନକଲି ସାର୍ଟିଫିକେଟ କିଣି ଚାକିରି କରୁଥିବା ଏହି ବ୍ଲକ ରେ ଜଣାପଡିଛି ।  ଘୁନସର ହାଇସ୍କୁଲରେ ଦୀର୍ଘବର୍ଷ ହେଲାଣି ପିଟିଏ ଶିକ୍ଷକ ଅଭିମନୁ୍ୟ ଭୋଇ ନକଲି ପ୍ରମାଣ ପତ୍ର ଦେଇ ଚାକିରି କରୁଥିବା ଜଣା ପଡିଛି ।ସେ ଜାତିରେ ଗଉଡ ହୋଇଥିବା ବେଲେ ଗଣ୍ଡ ସମ୍ପ୍ରଦାୟରେ ପୋଶ୍ୟପୁତ୍ର ବୋଲି ଚାକିରି କରୁଛି ।ତେବେ ଏହି ନକଲି ଶିକ୍ଷକ ମାନଙ୍କ ବିରୋଧରେ କେବେ ପ୍ରସାସନ କାର୍ଯ୍ୟାନୁଷ୍ଠାନ  ନେବ ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.