ଜବରଦଖଲରେ ୧୦୦ଏକର ଗୋଚର ଜମି : ତାତିଲେ ଗ୍ରାମବାସୀ

0

ବଲାଙ୍ଗିର(ନିରୋଜ ମିଶ୍ର);ସଇଁନ୍ତଲା ବ୍ଲକ କରମତଲା ପଂଚାୟତର ପ୍ରାୟ ୧୦୦ଏକର ଗୋଚର ଜମି କୁ ଜବରଦଖଲ ହୋଇଥିବା ନେଇ ଗ୍ରାମବାସୀ ମାନେ ତହସିଲଦାରଙ୍କ ଠାରେ ଅଭିଯୋଗ କରିଥିଲେ । ଅଭିଯୋଗ କଲା ପରେ ଉକ୍ତ ଗ୍ରାମକୁ ସ୍ଥାନୀୟ ତହସିଲଦାର ସୁମନ କିଶୋର ଡୁଙ୍ଗ ଡୁଙ୍ଗ ଛନଛଡା ଗ୍ରାମକୁ ଜାଇ ସ୍ଥିତି ଅନୁଧ୍ୟାନକରି ଦୁଇ ତିନି ଦିନ ମଧ୍ୟରେ ଜବରଦଖର କରିଥିବା ବ୍ୟକ୍ତି ମାନଙ୍କ ନାମରେ ନୋଟିସ ପଠାଯିବ ବୋଲି କହିଥିଲେ ।ଗୋଚର ଜମି ଜବରଦଖଲ ଯୋଗୁଁ ଗୃହପାଳିତ ପ୍ରାଣୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଯୋଗୁ ଗ୍ରାମବାସୀ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି । ଅନ୍ୟ ପକ୍ଷରେ ଜମିରେ କପା ଚାଷ ଓ ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ଚାଷ କରିବା ପାଇ ଜବରଦଖଲ କାରୀମାନେ ପ୍ରସ୍ତୁତି ଚଲାଉଛନ୍ତିା ତେଣୁ ସମ୍ପୃକ୍ତ ବ୍ୟକ୍ତିମାନେ ଜବରଦଖଲ ଜମି ନ ଛାଡିଲେ ଆଇନ ଅନୁଯାଇ କାର୍ଯ୍ୟାନୁଷ୍ଠାନ  ଗ୍ରହଣ କରାଯିବ ବୋଲି ତହସିଲଦାର କହିଛନ୍ତି ।ତେବେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ ନକଲେ ଆଗାମି ଦିନ ତହସିଲ ଅଫିସ ଘୋରାଓ କରାଯିବ ବୋଲି ବିଜେଡି ଯୁବ ଛାତ୍ର ନେତା ଆଲୋକ ବୁଡେକ,ଧିରେନ୍ଦ୍ର ବାଗ,ବିପିନ କୁମ୍ଭାର,ଶୁଶାନ୍ତ ବୁଡେକ,ରାମଦାଶ ପୁଟେଲଙ୍କ ସମେତ  ଗ୍ରାମବାସୀ ମାନେ ଚେତାବନି ଦେଉଛନ୍ତି ।

Leave A Reply

Your email address will not be published.