ଓଡ଼ଗାଁ (ଶ୍ରୀକାନ୍ତ ମିଶ୍ର) : ପଂଚିରିଡା ମାନପୁର ବନାଂଚଳର ଗୋଛା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଶିମିଳିଝର ନିକଟରେ ପ୍ରାଣୀ ଶିକାର ପାଇଁ ଉଦ୍ୟମ କରୁଥିବା ବେଳେ ଶୁକ୍ରବାର ରାତ୍ରୀ ପ୍ରାୟ ୨ଟା ସମୟରେ ଅଭିଯୁକ୍ତ ମାନଙ୍କୁ ଗିରଫ କରିବା ସହିତ ସେମାନଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ, ୧୪ଟି ଜୀବନ୍ତ ଗୁଳି ଏବଂ ବିସ୍ଫୋରକ ପଦାର୍ଥ ସହି ଓଡି ୨୫ ସି ୯୮୭୧ ନମ୍ବର ବିଶିଷ୍ଟ ଏକ ବାଇକ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ବଡ କୁଟୁଣୀ ଗ୍ରାମର ସୁଶାନ୍ତ ପ୍ରଧାନ(୨୮), ରଞ୍ଜନ ଦଳେଇ(୨୦) ଏବଂ କଜଳଇପଲ୍ଲୀର ସୁନିଲ ନାୟକ(୧୮) । ପଂଚିଡା ବନାଂଚଳ କେଶ ନମ୍ବର ଓଆର ୨୦/୨୦୧୯-୨୦ ଅନୁସାରେ ଏହି ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିଲା । ଜାମୀନି ଖାରଜ ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏଠାରେ ସୂଚନା ଯୋଗ୍ୟଯେ ବିଶେଷ ସୁତ୍ରରୁ ଖବର ପାଇ ବନାଂଚଳ ଅଧିକାରୀ ଧନେଶ୍ୱର ରଥଙ୍କ ନେତୃତ୍ୱରେ ବନପାଳ ଚନ୍ଦ୍ରମଣୀ ଡାକୁଆ, ବନରକ୍ଷୀ ପ୍ରକାଶ ଚନ୍ଦ୍ର ପାଳ ଏବଂ ସହକର୍ମୀମାନଙ୍କ ମିଳିତ ଉଦ୍ୟମରେ ଅଭିଯୁକ୍ତ ମାନଙ୍କୁ ଠାବ କରିବା ସହିତ ଗିରଫ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post