କ’ଣ ଦୁର୍ନୀତି ଘୋଡାଉଛନ୍ତି ପ୍ରଧାନ ଶିକ୍ଷୟିତ୍ରୀ, ସାମ୍ବାଦିକଙ୍କୁ ସ୍କୁଲ୍ ମନା,ତଥ୍ୟ ମିଳୁନି

0

 
ଜଗତସିଂହପୁର:(ରମେଶ ମହାନ୍ତି)-ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ହେଉଛି ଗଣମାଧ୍ୟମ lପ୍ରସାଶନିକ କ୍ଷେତ୍ର ବା ଅମଲାତନ୍ତ୍ର ରେ ଆଉ ଏକ ସ୍ତମ୍ଭ କହିଲେ ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଝାଯାଏ lସୂଚନା ଦେବା ପାଇଁ ସୂଚନା ଆଇନ ପ୍ରଣୟନ କରାଯାଇଛି lଜଣେ ସାଧାରଣ ଲୋକ ଚାହିଁଲେ ଲିଖିତ ହେଉ କି ମୌଖିକ ଭାବେ ସୂଚନା ମାଗି ପାରିବେ lହେଲେ ଅତ୍ୟନ୍ତ ଦୁଖଃ ଓ ପରିତାପର ବିଷୟ ଜଣେ ଶିକ୍ଷୟତ୍ରୀ ଅଭିଭକ୍ତ ସାରଳା ମଣ୍ଡଲ ରେ ଶିକ୍ଷକତା କରୁ ଥିଲେ ହେଁ ସୂଚନା ଦେବାକୁ କୁଣ୍ଠା ପ୍ରକାଶ କରିବା ସହ ସାମ୍ବାଦିକ ମାନଙ୍କ ଅଧିକାରକୁ ଗୁରୁତ୍ୱ ନଦେଇ କ୍ରୋଧିତ ହୋଇ ସ୍କୁଲ ଗେଟ ତାଲା ପକାଇ ଦେଇଥିଲେ lଯାହାକି ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ନେବାରୁ ଜଣାଯାଏ ଯେ ଜଗତସିଂହପୁର ଶିକ୍ଷାଜିଲା ଅଧିନସ୍ଥ ବାଲିକୁଦା ଜନତା ସରକାରୀ ଉଚ୍ଚ ବିଦ୍ୟାଳୟ ଅନେକ ସମସ୍ୟା ଦେଇ ଗତି କରୁଥିବା ଅଭିଯୋଗ ହେଉଛି l ଖବର ନେବାରେ ଜଣାଯାଇଛି ଯେ ଏହି ବିଦ୍ୟାଳୟରେ ବାଉଣ୍ଡ୍ରୀ ନାହିଁ ଯାହାଦ୍ୱାରା ବୁଲା ଗୋରୁ କୁକୁର ପଶି ସ୍କୁଲ୍ ରେ ଲଗାଯାଇ ଥିବା ଗଛକୁ ନଷ୍ଟ କରିବା ସହିତ ଖେଳ ଛୁଟିରେ ପିଲା ମାନେ ବୁଲା ଗୋରୁ କୁକୁର ଭୟରେ ଖେଳି ପାରୁ ନାହାନ୍ତି ସାଇକେଲ ଷ୍ଟାଣ୍ଡ ନାହିଁ ସାଇକେଲ ରଖିବା ପାଇଁ ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ସ୍କୁଲ୍ ପରିସରରେ ଅନେକ୍ ଜାଗାରେ ଅଳିଆ ଆବର୍ଜନା ପଡି ରହିଛି. ସେଠାରେ ସାପ ରହୁ ଥିବାର ଛାତ୍ର ଛାତ୍ରୀ ଙ୍କ ଠାରୁ ଶୁଣିବାକୁ ମିଳିଥିଲା lଏ ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ସବୁ ବହି ମିଳିପାରି ନଥିବା ଏବଂ ମଧ୍ୟାହ୍ନ ଭୋଜନ ଅତି ନିମ୍ନମାନର ହେଉଥିବା ଓ ମିଥ୍ୟା କାଗଜପତ୍ର ରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ହଡପ କରାଯାଇଥିବାର ଅଭିଭାବକ ମାନେ ଅଭିଯୋଗ କରିଛନ୍ତି lଏ ବିଷୟରେ ଅଭିଯୋଗ ପାଇ
ଗଣମାଧ୍ୟମ ପ୍ରତିନିଧି ସ୍କୁଲ୍ ର ପ୍ରଧାନ ଶିକ୍ଷୟତ୍ରୀ ସ୍ବର୍ଣ୍ଣପ୍ରଭା ମହାନ୍ତିଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ lପରିଚୟ ପତ୍ର ଦେଖାଇଲେ ସାମ୍ବାଦିକଙ୍କୁ ତଥ୍ୟ ଦେବେ ବୋଲି ପ୍ରଧାନ ଶିକ୍ଷୟିତ୍ରୀ କହିଥିଲେ lଖେଳଛୁଟି ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ହୋଇ ପିଲାଙ୍କ ଦ୍ଵାରା ମ୍ୟାଡମ୍ ଙ୍କୁ ଡକାଇଥିଲେ ଏବଂ ତଥ୍ଯ ଜାଣିବା ପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଙ୍କୁ ପରିଚୟ ପତ୍ର ଦେଖାଇଥିଲେ lପ୍ରଧାନ ଶିକ୍ଷୟିତ୍ରୀ ପରିଚୟ ପତ୍ର ଦେଖି ଥିଲେବି ଗଣମାଧ୍ୟମ ପ୍ରତିନିଧି ଙ୍କୁ ଗେଟ୍ ନ ଖୋଲି ପ୍ରଧାନ ଶିକ୍ଷୟିତ୍ରୀ ଗେଟ୍ ପାଖରେ ରହି ତଥ୍ଯ ଦେବା ପରିବର୍ତ୍ତେ ବର୍ତ୍ତମାନ ସ୍କୁଲ୍ ରେ କୌଣସି ଫଙ୍କସନ୍ ନାହିଁ ଆପଣଙ୍କ ଦ୍ବାରା କିଛି କାମ ନାହିଁ.ମୁଁ କିଛି ତଥ୍ଯ ଦେଇ ପାରିବି ନାହି ଜିଲ୍ଳା ଶିକ୍ଷା ଅଧିକାରିଣୀଙ୍କ ଠାରୁ ଆଦେଶ ଆଣ ବୋଲି କହି କଥା ଏଡ଼ାଇ ପଳାଇ ଯାଇଥିଲେ lଏ ସମସ୍ତ ବୟାନ ଗଣମାଧ୍ୟମ ପ୍ରତିନିଧିଙ୍କ ମୋବାଇଲ ରେ ରେକର୍ଡ କରାଯାଇଛି Iକାଳେ ଅଭିଯୋଗ ମୁତାବକ ତଥ୍ୟ  ଦେଲେ ଦୁର୍ନୀତି ପଦାରେ ପଡିଯିବା ସହିତ ଅନେକ ତଥ୍ୟ ଲୋକ ଲୋଚନକୁ ଆସିଯିବା ଭୟରେ ଏହି ତଥ୍ଯ ଦେଲା ସମୟରେ ଆଉ ମହା ଦୁର୍ନୀତି କାଳେ ପଦାକୁ ପଳାଇ ଆସିବ ତାର ଭୟରେ ସ୍ବର୍ଣ୍ଣପ୍ରଭା ଦିଦି ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ବିଦ୍ୟାଳୟ ଭିତରକୁ ନଛାଡି ଗେଟ୍ ତାଲା ପକାଇବାକୁ ନିକଟରେ ଥିବା ସରକାରୀ ପିଅନ୍ ଙ୍କୁ ନିର୍ଦ୍ଦେଶ ଦେଇଥିଲେ lକାହା ନିର୍ଦେଶରେ ନା କୋଉ ଦୁର୍ନୀତିର ମୁଖା ଖୋଲିଯିବା ଭୟରେ ଏହି ଶିକ୍ଷୟିତ୍ରୀ ଜଣଙ୍କ ଗଣମାଧ୍ୟମର କଣ୍ଠରୋଧ କରିବାକୁ ଚେଷ୍ଟା କରୁଛନ୍ତି ।ଯଥାଶୀଘ୍ର ଏହି ଘଟଣାର ତଦନ୍ତ କରାଯିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀଙ୍କ ପକ୍ଷରୁ ଦାବି ହେଉଛି ।

Leave A Reply

Your email address will not be published.