୧୦ଟି ବୃହତ୍‍ କାରଖାନାରେ ତାଲା, ନିଯୁକ୍ତି ହରାଇଲେ ୭୨୦୫ଜଣ

0

ଭୁବନେଶ୍ୱର, (ଶାସକ ପ୍ରଶାସକ) : ରାଜ୍ୟରେ ବୃହତ୍‍ ଶିଳ୍ପଗୁଡ଼ିକ ମଧ୍ୟରୁ ପ୍ରାୟ ୫୮୮୪ କୋଟି ଟଙ୍କା ମୂଲ୍ୟରେ ପ୍ରତିଷ୍ଠିତ ୧୦ଟି ଲୌହ ଓ ସ୍ପଞ୍ଜ ଲୁହା କାରଖାନାରେ ତାଲା ପଡ଼ିଛି । ଫଳରେ ୭୨୦୫ଜଣ ବ୍ୟକ୍ତି ନିଯୁକ୍ତି ହରାଇଛନ୍ତି ବୋଲି ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ।
ଆଜି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଲେ ଯେ ବାର୍ଷିକ ୩.୧୫ ନିୟୁତ ଟନ୍‍ ଉତ୍ପାଦନ କ୍ଷମତା ବିଶିଷ୍ଟ ୧୦ଟି ଶିଳ୍ପାନୁଷ୍ଠାନ କ୍ଷତିରେ ଚାଲୁଥିବା ଦୃଷ୍ଟିରୁ ସେମାନଙ୍କର ଉତ୍ପାଦନ ବନ୍ଦ ରଖିଛନ୍ତି । ଏହି ଶିଳ୍ପସଂସ୍ଥାଗୁଡ଼ିକ ବନ୍ଦ ହେବାର କାରଣ ରୂପେ ସେ ଦର୍ଶାଇଛନ୍ତି ଯେ ବଜାର ମୂଲ୍ୟର ହ୍ରାସ ବା ମାନ୍ଦା ଅବସ୍ଥା, ଖଣି ବନ୍ଦ ହେବାରୁ କଞ୍ଚାମାଲର ବହୁଳ ଅଭାବ, ଶିଳ୍ପ ସଂସ୍ଥାଗୁଡ଼ିକର ନିଜସ୍ୱ ଦୁର୍ବଳ ସ୍ଥିତି । ତେବେ ଶିଳ୍ପ ସଂସ୍ଥାଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟା ଦୂର କରିବା ପାଇଁ ଇଣ୍ଡଷ୍ଟ୍ରି କେୟାର କାର୍ଯ୍ୟ ଶୈଳୀ ଆରମ୍ଭ କରାଯାଇଛି ।

Leave A Reply

Your email address will not be published.