ବ୍ୟାସନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବା ପ୍ରତିବାଦରେ ଆନ୍ଦୋଳନ ଡାକରା

0

ବ୍ୟାସନଗର ରୁ ବିଶ୍ୱଜିତ ମାଝୀ- ସହିଦ ଭାଗତ ସିଂ ଯୁବକ ସଂଘ ପକ୍ଷରୁ ବ୍ୟାସନଗର ସ୍ଥିତ ବ୍ୟାସ ସରବର ଥିବା ଅଲେଖ ଆଶ୍ରମ ଠାରେ ପ୍ରସ୍ତୁତି ବୈଠକ ହୋଇଯାଇଛି। ଏହି ବୈଠକରେ ଆଲୋଚନା ହୋଇଥିଲା ଯାଜପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ୭ଜଣ ଡାକ୍ତର ପଦପି ଥିଲା ବେଳେ ୪ଜଣ ଡାକ୍ତର ରେ କାମ ଚାଲିଛି  ମେଡ଼ିସିନ ଡାକ୍ତର, ସର୍ଜରୀ ଡାକ୍ତର,ଲାଇବ୍ରେରୀ ଟେକ୍ନିସିଆନ ପଦପିଖାଲି ପଡିଥିବା ବେଳେ ମେଡିକାଲରେ ବିଭିନ୍ନ ସମସ୍ୟା ପ୍ରତିବାଦରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସହିଦ ଭାଗତ ସିଂ ଯୁବକ ସଂଘର ସଭାପତି ରାଜେନ୍ଦ୍ର ବିଶ୍ୱାଳ କହିଛନ୍ତି। ଏହି ବୈଠକରେ ପଦ୍ମଶ୍ରୀ ଡ଼ ପ୍ରକାଶ ରାଓ ଙ୍କ ଆରୋଗ୍ୟ କାମନା ପାଇଁ ଦୀପ ପ୍ରଯୋଳନ କରିଥିଲେ ସହିଦ ଭାଗତ ସିଂ ଯୁବକ ସଂଘ ର ସଭାପତି ରାଜେନ୍ଦ୍ର ବିଶ୍ୱାଳ, ସମ୍ପାଦକ ହେମନ୍ତ ଧୀର,ନିରଞ୍ଜନ ଘଡାଇ, ଚନ୍ଦ୍ରମଣି ସାମଲ,ପରେଶ ଦାଶରମେଶ ଚନ୍ଦ୍ର ବିଶ୍ୱାଳ ସମସ୍ତ ମେମ୍ବର ଉପସ୍ଥିତ ଥିଲେ।

Leave A Reply

Your email address will not be published.