ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ କେନ୍ଦ୍ରମନ୍ତ୍ରୀ

0

ତୈଳ ଏବଂ ଗ୍ୟାସର ଭିତିଭୂମିକୁ ମଜବୁତ୍ କରି ମହାରାଷ୍ଟ୍ରର ସମଗ୍ର ବିକାଶ ଉପରେ ଗୁରୁତ୍ୱ – ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର, – କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ୍ ମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କ ସହ ସାକ୍ଷାତ କରି ରାଜ୍ୟରେ ତୈଳ ଏବଂ ଗ୍ୟାସର ଭିତିଭୂମିକୁ ମଜବୁତ୍ କରିବା ସହ ମହାରାଷ୍ଟ୍ରର ବିକାଶ ପାଇଁ ବିଭିନ୍ନ ବିଷୟରେ ଆଲୋଚନା କରିଥିବା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ।
ଏହି ଆଲୋଚନା କାଳରେ ଶ୍ରୀ ପ୍ରଧାନ ମହାରାଷ୍ଟ୍ରର ବିକାଶ, ରୋଜଗାର ଏବଂ ରାଜ୍ୟର ସମଗ୍ର ବିକାଶର ବୃଦ୍ଧି କରିବା ପାଇଁ ତୈଳ ଏବଂ ଗ୍ୟାସର ଭିତିଭୂମିକୁ ମଜବୁତ୍ କରିବା ଉପରେ ଗୁରୁତ୍ୱ ଆରୋପ କରିବା ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

Leave A Reply

Your email address will not be published.