ଫେବୃଆରୀ ୫ ତାରିଖରେ ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପରୀକ୍ଷା (ନାସ୍)

0

୩୦ଟି ଜିଲ୍ଲାର ୨୪ ଶହ କେନ୍ଦ୍ରରେ ଅନୁଷ୍ଠିତ ହେବ ପରୀକ୍ଷା

ଭୁବନେଶ୍ୱର : ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପରୀକ୍ଷା (ନାସ୍) ଚଳିତ ଫେବୃଆରୀ ୫ ତାରିଖରେ ରାଜ୍ୟର ୩୦ଟି ଜିଲ୍ଲାର ୨୪ ଶହ କେନ୍ଦ୍ରରେ ଅନୁଷ୍ଠିତ ହେବା ମାଧ୍ୟମିକ ଶିକ୍ଷା ପରିଷଦର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହେଉଥିବା ଏହି ଜାତୀୟ ଉପଲବ୍ଧି ସର୍ବେକ୍ଷଣ ପରୀକ୍ଷାରେ ରାଜ୍ୟର ୧ ଲକ୍ଷ ୮ ହଜାର ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବା ନିମନ୍ତେ ମନୋନୀତ ହୋଇଛନ୍ତିା ପ୍ରତ୍ୟେକ ଜିଲ୍ଲାରେ ଛାତ୍ରଛାତ୍ରୀମାନଙ୍କ ସୁବିଧା ନିମନ୍ତେ ୮୦ଟି ପରୀକ୍ଷା କେନ୍ଦ୍ରର ବ୍ୟବସ୍ଥା କରାଯାଇଛିା ଓଡ଼ିଆ, ଇଂରାଜୀ, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ ଭଳି ୫ଟି ବିଷୟରେ ପରୀକ୍ଷା କରାଯିବା ଓଏମ୍ଆର୍ ସିଟରେ ପିଲାମାନେ ନିର୍ଦ୍ଦାରିତ ସମୟସୀମା ୧ ଘଣ୍ଟା ୩୦ ମିନିଟ୍ ମଧ୍ୟରେ ସଠିକ୍ ଉତ୍ତର ପ୍ରଦାନ କରିବୋ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ ଦ୍ୱାରା ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ନିମନ୍ତେ ଏପରି କାର୍ଯ୍ୟକ୍ରମକୁ ବିଶେଷ ଗୁରୁତ୍ୱ ଦିଆଯାଉଥିବାରୁ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀମାନେ ପରୀକ୍ଷାର ସୁପରିଚାଳନା ପାଇଁ ଯତ୍ନବାନ  ହେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ  ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତିା ରାଜ୍ୟର ବିଭିନ୍ନ ବିଦ୍ୟାଳୟମାନଙ୍କରୁ ମନୋନୀତ ହୋଇଥିବା  ପ୍ରତ୍ୟେକ ବିଦ୍ୟାର୍ଥୀ ଯେପରି ଭାବରେ ଏହି ପରୀକ୍ଷା ଦେଇପାରିବେ ସେଥିପାଇଁ ଅଭିଭାବକ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବହୁଳ ପ୍ରଚାର ଓ ସଚେତନତା ସୃଷ୍ଟି କରିବା ନିମନ୍ତେ ଜିଲ୍ଲା ଶିକ୍ଷାଧିକାରୀମାନେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ବିଭାଗୀୟ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଛନ୍ତିା 

 

Leave A Reply

Your email address will not be published.