ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ପଲ୍ଲିବିକାଶ ଠାରେ ବୃକ୍ଷ ରୋପଣ

0

 ଗାଇସିଲେଟ/କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ସନ୍ଦିବାହାଲ ପଞ୍ଚାୟତର ବେହେରାମୁଣ୍ଡା ସ୍ଥିତ ଶାନ୍ତି ମୈତ୍ରୀ ଉଚ୍ଚ ବିଦ୍ୟାପୀଠ ପଲ୍ଲିବିକାଶ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅନୁଷ୍ଠିତ ହୋଇଯାଇଛି। ଛାତ୍ରଛାତ୍ରୀ ମାନେ ବୃକ୍ଷରୋପଣର ସଚେତନ ବାର୍ତ୍ତା ଲେଖା ଥିବା ବିଭିନ୍ନ ପ୍ଳାକାର୍ଡ ଦେଖାଇବାସହ ସ୍ଳୋଗାନ  ଦେଇ ଗ୍ରାମ ପରିକ୍ରମା କରିବାପରେ  ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ ରାମଲାଲ ବରିହାଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ସମାଜ ସେବୀ କୀର୍ତ୍ତନ୍ୟ ଦାସ ,ସକଲ ପାତ୍ର ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ ର ମହନୀୟତା, ଗୋଟିଏ ପିଲା ଗୋଟିଏ ଗଛର ଯତ୍ନ ନେବାକୁ ଆହ୍ୱାନ ଦେଇଥିଲେ । ଇକୋ କ୍ଳବ ର ସଂଯୋଜକ ଡୋଲାମଣି ତରିଆ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଧାନ ଶିକ୍ଷକ ଋକ୍ମଣ ଦିଶ୍ରୀ ଧନ୍ୟବାଦଅର୍ପଣ କରିଥିଲେ । ପରେ ସ୍କୁଲ ପରିସର ଓ ସମ୍ମୁଖ ରାସ୍ତା ରେ ପ୍ରାୟ ୩୦୦ ଚାରା ଅତିଥି ଓ ଛାତ୍ରଛାତ୍ରୀ ମାନେ ରୋପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଓ କର୍ମଚାରୀ ସହଯୋଗ କରିଥିଲେ।

Leave A Reply

Your email address will not be published.