ବଜ୍ରପାତ : ପତି-ପତ୍ନୀ ଗୁରୁତର

0

ଧର୍ମଗଡ ରୁ ସୁଶାନ୍ତ ରାଉତ :  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଧିନ ମାନଝରି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା।ଆଜି ଅଚାନକ ବର୍ଷା ସହ ଘଡ଼ ଘଡ଼ି ବିଜୁଳି ହେବା ଫଳରେ ବଜ୍ରଘାତରେ ସ୍ୱାମି ସ୍ତ୍ରୀ ଗୁରୁତ୍ବର ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ମାନଝରି ଗ୍ରାମର ସହଦେଵ କେତକୀ 45,ସ୍ତ୍ରୀ ପୁଷ୍ପା କେତକୀ 39ଦୁହେଁ ନିଜ ପେଟପାଟଣା ନିମନ୍ତେ କାମ କରିବାକୁ ଯାଇଥିଲେ।ହେଲେ ଅପରାହ୍ନ ସମୟରେ ସାମାନ୍ୟ ବର୍ଷା ସହ ପ୍ରବଳ ଘଡଘଡି ମାରିବା ଫଳରେ ବଜ୍ରଘାତରେ ସ୍ୱାମୀ ସ୍ତ୍ରୀ ଗୁରୁତ୍ବର ହୋଇଥିଲେ।ଗୁରୁତ୍ବର ଅବସ୍ଥାରେ ଦୁହିଁଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଭର୍ତି କରା ଯାଇଛି।

Leave A Reply

Your email address will not be published.