ପେସା ଆଇନରେ ଶାସନ, ପ୍ରତିମୂର୍ତ୍ତି ନିର୍ମାଣ ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ
ମୟୂରଭଞ୍ଜ ଜିଲାରେ ଆଦିବାସୀ ଓ ଅଣଆଦିବାସୀ ମଧ୍ୟରେ ଯେଉଁ ତିକ୍ତା ବା ମତାନ୍ତର ସୃଷ୍ଟି ହୋଇଛି ସେଥି ନିମନ୍ତେ ମୟୂରଭଞ୍ଜ ଜିଲାପ୍ରଶାସନକୁ ଜିଲାର ସମସ୍ତ ବର୍ଗ ଓ ସମ୍ପ୍ରଦାୟର ଜନସାଧାରଣ ଉତ୍ତରଦାୟୀ କରାଇଛନ୍ତି । ଜିଲାପ୍ରଶାସନ କୌଣସି କାରଣରୁ ଉଦେ୍ଧଶ୍ୟ ମୂଳକ ଭାବେ ଏହି ତିକ୍ତତା ସୃଷ୍ଟି କରାଉଥିବା ବିଷୟକୁ ନେଇ ଅଭିଯୋଗ ହେଉଥିବା ବେଳେ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ । ମୟୂରଭଞ୍ଜ ଜିଲାପ୍ରଶାସନର ପ୍ରତ୍ୟେକ କାର୍ଯ୍ୟ ଜିଲାର ସ୍ୱାର୍ଥ ବିରୋଧୀ ବୋଲି ଅଭିଯୋଗ ହେଉଥିବା ବେଳେ ପ୍ରଶାସନର ବିଭିନ୍ନ ପଦକ୍ଷେପ ଉପରେ ନ୍ୟାୟାଳୟର ଅଙ୍କୁଶ ଲାଗିବା ଏହାର ସତ୍ୟତାକୁ ପ୍ରତିପାଦିତ କରାଇ ଦେଇଛି । ତେଣୁ ରାଜ୍ୟ ସରକାର ଏଦିଗରେ ଗୁରୁତ୍ୱ ନ ଦେଲେ ଜିଲ୍ଲାର ପରିସ୍ଥିତି ଭବିଷ୍ୟତରେ ଆୟତ୍ତ ବାହାରକୁ ଚାଲିଯିବାର ଯଥେଷ୍ଟ ସମ୍ଭାବନା ଦେଖା ଦେଇଛି ।