ନୂଆପଡା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପ୍ରଚେଷ୍ଟାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକକାଳିନ ୧୨୩୭୨ ଚାରା ରୋପଣ

0 2

ନୁଆପଡ଼ା,(ଅମିତ ପୁରୋହିତ) ; ବ୍ଲକର ସମସ୍ତ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଏକକାଳିନ ୧୨୩୭୨ ଚାରାରୋପଣ କରାଯାଇଛି । ନୂଆପଡ଼ା ଗୋଷ୍ଠୀ   ଶିକ୍ଷା ଅଧିକାରୀ ଶ୍ରୀ ରେଶମଲାଲ ନାଏକଙ୍କ ପ୍ରଚେଷ୍ଟାରେ ଏହି ଚାରା ରୋପଣ କାର୍ଯ୍ୟକ୍ରମ କୁ  ସାକାର  ରୂପ ଦିଆଯାଇଛି ।

ସୂଚନା ଅନୁଯାଇ  ସାଂପ୍ରତିକ ପରିସ୍ଥିତିରେ ପରିବେଶ ସନ୍ତୁଳନ କୁ ରକ୍ଷାକରିବାପାଇଁ ନୂଆପଡ଼ା ବି.ଇ.ଓ ଙ୍କ  ପ୍ରଚେଷ୍ଟାରେ ରେ ବୃକ୍ଷରୋପଣ ର ବିଶାଳ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି ।  ଏହି କାର୍ଯ୍ୟକ୍ରମରେ ନୂଆପଡ଼ା ବିଧାୟକ ଶ୍ରୀ ରାଜେନ୍ଦ୍ର କୁମାର ଢୋଲକିଆ  କଳାହାଣ୍ଡି  ସାଂସଦ ପ୍ରତିନିଧି ଇଂ. ଶ୍ରୀ ହୋମ ସିଂ ମାଝୀ ସରପଞ୍ଚ,ସମିତିସଭ୍ୟ,ସ୍କୁଲ ପରିଚାଳନା କମିଟି ମେମ୍ବର ପ୍ରକୃତ୍ତିବନ୍ଧୁ ଶ୍ରୀ ମନୋଜ ଡାଗା,ପ୍ରକୃତ୍ତି ବନ୍ଧୁ ଶ୍ରୀ କିଶୋର କୁମାର ପରିଡା ପ୍ରମୁଖ ଅଂଶଗ୍ରହଣ କରିଥିଲେ । ପୁର୍ବନିଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାଇ ବ୍ଲକର ସମସ୍ତ୨୭୩ ଟି ବିଦ୍ୟାଳୟ ରେ ଏକକାଳିନ ବୃକ୍ଷରୋପଣ କରାଯାଇଥିଲା ।  ୧୭ ଟି କ୍ଲଷ୍ଟର ର ସମସ୍ତ ସି.ଆର.ସି.ସି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ  ନୂଆପଡ଼ା ର ମାନନୀୟ ବିଧାୟକ ଶ୍ରୀ ରାଜେନ୍ଦ୍ର ଢୋଲକିଆ  ସିଲଦା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଖରିଆର ରୋଡର ସରସ୍ୱତୀ ପାଠଶାଲା,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣ କରିଥିଲେ । ସିଲଦା ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ବି.ଇ.ଓ ଶ୍ରୀ ରେଶମଲାଲ ନାଏକ ସଭାପତିତ୍ୱ କରିଥିଲାବେଳେ ସି.ଆର.ସି.ସି ଶ୍ରୀ ଅମିୟ ଜ୍ୟୋତି ପାଢୀ ସଭା ସଂଯୋଜନା କରିଥିଲେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଗ୍ରାମବାସୀ,ପଞ୍ଚାୟତ ସମିତି ସଭ୍ୟା ଓ ସଭ୍ୟ ଉପସ୍ଥିତ ରହି ବୃକ୍ଷରୋପଣ କରିବା ସହ କର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିଲେ । ସେହିପରି ପରସଖୋଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଆୟୋଜିତ କାର୍ଯ୍ୟକ୍ରମ ରେ ସଂସଦ ପ୍ରତିନିଧି ଶ୍ରୀ ହୋମ ସିଂ ମାଝୀ, ମୋଟାନୂଆପଡ଼ା   ଉ;ପ୍ରା ବିଦ୍ୟାଳୟ ରେ ନୂଆପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତି ତାରେଶ୍ୱରି ସାହୁ, ଭାଲୁକୋନା ଠାରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ଚିନିଲାଲ ସାହୁ ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରି ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ ।

ଉକ୍ତ କାର୍ଯ୍ୟକ୍ରମ ପାଇଁ ନୂଆପଡ଼ା ଓ ଖରିଆରରୋଡର ରେଞ୍ଜଅଫିସର  ଙ୍କ ଠାରୁ ୧୨୩୭୨  ଟି ଚାରା ଯୋଗାଇ ଦିଆଯାଇଥିଲା । ବି.ଇ.ଓ ଶ୍ରୀରେଶମଲାଲ ନାଏକ,ଏ.ବି.ଇ.ଓ ଶ୍ରୀ ରାଧେଶ୍ୟାମ ମେହେର ଓ  ତୋରରା  ନୋଡାଲ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ  ଶ୍ରୀ କିଶୋର କୁମାର ପରିଡା  ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନତାରେ ସଫଳତାର ସହ ବୃକ୍ଷରୋପଣ ସମ୍ପୂର୍ଣ୍ଣ ହୋଇଥିଲା ।

Leave A Reply

Your email address will not be published.