ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ଆବାସିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

0 2

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ପୌରପରିଷଦର ୱାଡର଼୍ ନଂ ୨୨ ରଘୁନାଥପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ଉଚ୍ଚ ମାଧ୍ୟମିକ ଆବାସିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଅଛି । ଏହିପରିପ୍ରେକ୍ଷୀରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବାରିପଦା ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନ ବିଭାଗର ଅଧ୍ୟାପକ ପ୍ରଫେସର ସଞୟ ଖୁଣ୍ଟିଆ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କର ଉତ୍ତମ ଚରିତ୍ର ଗଠନ କରିବାରେ ଶିକ୍ଷା ନିତ୍ୟାନ୍ତ ଅପରିହାର୍ଯ୍ୟ ଏବଂ ପ୍ରତ୍ୟେକ ଛାତ୍ରଛାତ୍ରୀ ସମୟାନୁବର୍ତ୍ତିତା ହେବା ଉଚିତ ବୋଲି କହିଥିଲେ । ବିଦ୍ୟାଳୟର ସଭାପତି ଇଂ ପ୍ରଭାସ କୁମାର ଦାସ ନୂତନ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ଜଣାଇବା ସହ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ଜୀବନ ବିତାଇବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ମଞ୍ଚାସୀନ ଅତିଥିଭାବେ ବିଦ୍ୟାଳୟର ସଂପାଦକ ପ୍ରଶାନ୍ତ କୁମାର ଦାସ, ପରିଚାଳନା ସମିତିର ସଦସ୍ୟ କୃଷ୍ନଚନ୍ଦ୍ର ଦାସ, ଡଃ. ସୁଶାନ୍ତ ବସା ପ୍ରମୁଖ ଉପସ୍ଥିତଥିଲେ । ସେହିପରି ବିଦ୍ୟାଳୟର ଅଧ୍ୟକ୍ଷା ଅଙ୍କିତା ବାରିକ ସଭାକାର୍ଯ୍ୟ ପରିଚାଳନା କରିବା ଅବସରରେ ଛାତ୍ରଛାତ୍ରୀମାନେ ନିଜକୁ ସମାଜରେ ଜଣେ  ଜଣେ ଦାୟିତ୍ୱ ସମ୍ପନ୍ନ ସୁନାଗରିକ ଭାବେ ଗଢି  ତୋଳିବାକୁ ପରାମର୍ଶ ଦେଇଥିଲେ । ଶେଷରେ ସଂପାଦକ ଶ୍ରୀ ଦାସ  ଧନ୍ୟବାଦ  ଅର୍ପଣ କରିଥିବା ସମୟରେ ବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.