ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଉଚ୍ଚ ବିଦ୍ୟାଳୟ ସବୁଜ ବାହିନୀ ତରଫରୁ ବନମହୋତ୍ସବ

0 1

ସୁନ୍ଦରଗଡ/ ହୋରାଚାନ୍ଦ ଦେଉରିଆ : ସରକାରୀ ଉଚ୍ଚ ବିଦ୍ୟାଳୟ  ସବୁଜ ବାହିନୀ ତରଫରୁ ଜେଏସଡବ୍ଲୁ ଜିନ୍ଦଲ ପ୍ରୋତ୍ସାହନ ରେ ମହାସମାରୋହରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।  ଅନୁଷ୍ଠାନର ଯଶସ୍ବୀ ପ୍ରଧାନ ଶିକ୍ଷକ ଦିନମଣି ବାରିକଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୂଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଅରୁଣ କୁମାର ମିଶ୍ର  ଯୋଗଦେଇ ଅନୁଷ୍ଠାନ ର ସବୁଜ ବାହିନୀର ଭୁରି ଭୁରି ପ୍ରସଂଶା କରିଥିଲେ।  ମୂଖ୍ୟ ଆକର୍ଷଣ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନ ର ସବୁଜିମା  ତଥା କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିବା ସହ ସମସ୍ତଙ୍କୁ କୁତ୍ରା ଠାରୁ ପ୍ରେରିତ ହେବା ଉଚିତ ବୋଲି କହିଥିଲେ।  ଏହି ଅବସରରେ ଏସିଏଫ୍ ଦିବାକର ପରିଡା , ବଡଗାଁ ରେଞ୍ଜ ଅଧିକାରୀ ବିଜୟ କୁମାର ମହାପାତ୍ର,  ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିତ୍ଯ କୁମାର ଷଡଙ୍ଗୀ,  ଜେଏସଡବ୍ଲୁ ଏଜିଏମ୍ ଅଜୟ ଚକ୍ରବର୍ତ୍ତୀ,  ବିଶିକେଶନ ସାହୁ,  ଲାଲମୋହନ ନାଏକ ସୁରେଶ ଚନ୍ଦ୍ର ଟପ୍ପୋ, ଅନୱାର ଅହମ୍ମଦ , ସଂଗ୍ରାମ ରାଉତ , ଲିମାରୋଜ ଲାକଡା ପ୍ରମୁଖ ଛାତ୍ର ଛାତ୍ରୀ ଙ୍କ ସହ ବୃକ୍ଷରୋପଣ କରିଥିଲେ।  ଏହି ଅବସରରେ ଏକ କୁଇଜ୍ କାର୍ଯ୍ୟକ୍ରମ ଅନୁଷ୍ଠିତ କରି ଡି ଏଫ୍ ଓ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରିଥିଲେ।  ପରେ ପରେ ଅନୁଷ୍ଠାନର ସ୍କାଉଟ୍, ଗାଇଡ୍, ଜୁନିୟର ରେଡକ୍ରସ ଓ ସବୁଜ ବାହିନୀ ତରଫରୁ ବୃକ୍ଷରୋପଣ କରାଯାଇଥିଲା।  କାର୍ଯ୍ୟକ୍ରମ ପରିଚାଳନା ରେ ସ୍କାଉଟ୍ ମାଷ୍ଟର ବ୍ରିଧିଚନ୍ଦ୍ର ବିଲୁଙ୍ଗ , ଗାଇଡ କ୍ୟାପଟେନ ଦୀପିକା କେରର୍କେଟା,  ଜୁନିୟର ରେଡକ୍ରସ କାଉନସିଲର ଜସ୍ମିନ ମିଞ୍ଜ ସମେତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ସହଯୋଗ କରିଥିଲେ।  କାର୍ଯ୍ୟକ୍ରମ କୁ ପ୍ରକୃତି ବନ୍ଧୁ ତଥା ଇକୋକ୍ଲବ ମାଷ୍ଟର ଟ୍ରେନର ବିଭିଷଣ ବାରିକ ସଂଯୋଜନା କରିଥିଲେ।  ଜେଏସ୍ ଡବ୍ଲୁ  ଜିନ୍ଦଲ ତରଫରୁ ବୃକ୍ଷ ସମେତ ପୋଷକ ଉଦ୍ୟାନ ପାଇଁ ସମସ୍ତ ଚାରା ଯୋଗାଇ ଦିଆଯାଇଥିବାରୁ ଏହାକୁ ସ୍ବାଗତ କରାଯାଇଛି।  ଆଗାମୀ ଦିନରେ ଅନ୍ୟ ବିଦ୍ୟାଳୟ ଗୁଡିକରେ ମଧ୍ୟ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସବୁଜ ବାହିନୀ ତରଫରୁ ପ୍ରକାଶ କରାଯାଇଛି।

Leave A Reply

Your email address will not be published.