ମହିଳା ମୋର୍ଚ୍ଚା କୋକେଇ ଯାତ୍ରାରେ ବ୍ୟାସନଗରରୁ ସର୍ବାଧିକ ମହିଳାଙ୍କ ଯୋଗଦାନ

0

 

ବ୍ୟାସନଗରରୁ ଜୟଶଙ୍କର ଦାଶ  :  ସମଗ୍ର ରାଜ୍ୟରେ ବହୁ ଚର୍ଚ୍ଚିତ କୋରାପୁଟ ଜିଲ୍ଲା କୁନ୍ଦୁଲୀ ଅଂଚଳର ପୀଡ଼ିତଙ୍କ ଆତ୍ମହତ୍ୟା ପ୍ରତିବାଦରେ ବିରୋଧୀ ଦଳମାନେ ଆନ୍ଦୋଳନକୁ ଜାରି ରଖିଛନ୍ତି । ଯାଜପୁର ଜିଲ୍ଲା ବିଜେପି ମହିଳା ସଭାନେତ୍ରୀ ବବିତା ମଲ୍ଲିକଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ ଅଂଚଳରୁ ପ୍ରାୟ ୦୧ ହଜାରରୁ ଉର୍ଦ୍ଧ ମହିଳା କିଆନାଳିକୂଳ ଠାରେ ସମବେତ ହୋଇଥିଲେ । ସେଠାରେ ଏକ ବିରାଟ ଶୋଭାଯାତ୍ରା ସହ ମୁଖ୍ୟମନ୍ତ୍ରୀଙ୍କ ପ୍ରତିମା ଥିବା ଏକ କୋକେଇକୁ କାନ୍ଧେଇ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ମହିଳାମାନେ ହାତରେ ପ୍ଲାକାରଡ଼  ଧରିବା ସହ ଦଳୀୟ ପତାକା ଓ ଟୋପି ପିନ୍ଧି ସରକାର ବିରୋଧି ବହୁ ନାରା ଦେଇ ଏହି କୋରେଇ ଶୋଭାଯାତ୍ରା କରିଥିଲେ । ଏଥିରେ ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ଉପସଭାପତି ସୁଷମାରାଣୀ ବିଶ୍ୱାଳ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିଲେ । ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ମିଡିଆ ସେଲ ସଂଯୋଜକ କାହ୍ନୁଚରଣ ଦାଶ, ସଂପାଦକ କଳିଙ୍ଗ ମହାନ୍ତି, ବ୍ୟାସଦେବ ମଣ୍ଡଳ ସଭାପତି ନିତ୍ୟାନନ୍ଦ ମହାଳିକ ପ୍ରମୁଖ ଉପସ୍ଥିତ ରହି ମହିଳା ସଙ୍ଗଠନକୁ ଉତ୍ସାହିତ କରିଥିଲେ । ଶୋଭାଯାତ୍ରାରେ କୋରାଇର ପୂର୍ବତନ ବିଧାୟିକା ସଂଚିତା ମହାନ୍ତିଙ୍କ ପୃଷ୍ଠପୋଷକତାରେ ଏବଂ ବ୍ୟାସଦେବ ମଣ୍ଡଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ବିଦ୍ୟୁତ୍ ପ୍ରଭା  ରାୟ, ଉପ-ସଭାନେତ୍ରୀ ସବିତା ଖୁଟିଂଆ ଓ କମଳିନୀ  ସାମଲ, ସାଧାରଣ ସଂପାଦିକା ମିଲି ମହାଳିକଙ୍କ ନେତୃତ୍ୱରେ ସର୍ବାଧିକ ମହିଳା ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବାର ପରିଲକ୍ଷିତ ହୋଇଥିଲା । ବ୍ୟାସଦେବ ମଣ୍ଡଳ ଉପ-ସଭାପତି ବସନ୍ତ ପାତ୍ର, ସାଧାରଣ ସଂପାଦକ ବିଶ୍ୱରଂଜନ ପଟ୍ଟନାୟକ, ଜିଲ୍ଲା ମିଡିଆ ସେଲ ସଂପାଦକ ଦୁଷ୍ମନ୍ତ କୁମାର ରାଉତ, କୋରେଇ ସଂଯୋଜକ କଳ୍ପତରୁ ସାହୁ ପ୍ରମୁଖ ବ୍ୟାସନଗର ପୈାରାଂଚଳରୁ ସବାଧିକ ମହିଳା ଭାଗ ନେବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ବହୁ ଦଳୀୟ ନେତା ଓ କର୍ମୀ ମଧ୍ୟ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ । 

Leave A Reply

Your email address will not be published.