ବଡ଼ବିଲରେ ଆଇନ ସଚେତନତା ଶିବିର

0 1

ବଡ଼ବିଲ (ଶାସକ ପ୍ରଶାସକ)

ବଡ଼ବିଲ ତାଲୁକ ଆଇନ ସେବା ସମିତି ପକ୍ଷରୁ ସ୍ଥାନୀୟ ମାଟକାମବେଡା ହାଇସ୍କୁଲରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ଜେ ଏମ ଏଫ ସି ପତିତପାବନ ପଣ୍ଡା ଅଧ୍ୟକ୍ଷତା କରିଥିଲେ। ଏହି ଶିବିରରେ ଶିକ୍ଷା ଅଧିକାର ଆଇନ ଓ ଜୁଭେନାଇଲ ଜଷ୍ଟିସ ଆକ୍ଟ ଉପରେ ଆଲୋଚନା ହୋଇଥିଲା। ବଡ଼ବିଲ ଥାନାଧିକାରୀ ସୁଶାନ୍ତ କୁମାର ଦାଶ ବାଳ ଅପରାଧ ଉପରେ ଆଲୋକପାତ କରିଥିଲେ। ଏହି ଶିବିରରେ ବଡ଼ବିଲ ବାର ଆସୋସିଏସନ ସଭାପତି ବଳରାମ ମହାନ୍ତି, ଆଇନଜୀବୀ ବ୍ରିଜେଶ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.