ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଓ ଆବାସ ଯୋଜନାକୁ ଜଷ୍ଟିସ ଅନଙ୍ଗ ପଟ୍ଟନାୟକଙ୍କ ପ୍ରଶଂସା

0 1

ଭୁବନେଶ୍ୱର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସାରା ଦେଶରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନାକୁ ମିଳିଛି ପ୍ରଶଂସା |  “ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଲୋକଙ୍କ ହିତରେ ଆସି ପାରୁଛି | ଲୋକଙ୍କ ପାଇଁ ଏଭଳି କିଛି ଅଧିକ ଯୋଜନା ହେବାର ଆବଶ୍ୟକତା ଅଛି” ବୋଲି ମତ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ |
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଲିଖିତ ଏକ ପତ୍ରରେ ଜଷ୍ଟିସ ପଟ୍ଟନାୟକ ଉଲ୍ଲେଖ ଲରିଛନ୍ତି ଯେ, “ସୁପ୍ରିମକୋର୍ଟଙ୍କ ଦ୍ୱାରା ମୋତେ OMBADC ର ଅନୁଧ୍ୟାନ କର୍ତ୍ତୃପକ୍ଷ ଭାବେ ନ୍ୟସ୍ତ କରାଯାଇଥିବା ଦାୟିତ୍ୱ ଅନ୍ତର୍ଗତ ମୁ କେନ୍ଦୁଝର ଓ ସୁନ୍ଦରଗଡର ଅନେକ ଆଭ୍ୟନ୍ତରୀଣ ଗ୍ରାମକୁ ପରିଦର୍ଶନରେ ଯାଇଥଲି | ମୁଁ ସେ ଅବସରରେ ବିଭିନ୍ନ ପାନୀୟଜଲ , ସ୍ୱାସ୍ଥ୍ୟ ଓ ଶିକ୍ଷା ପ୍ରକଳ୍ପର ଅନୁଧ୍ୟାନ କରିବା ଅବସରରେ ଗତ ୬ ମାସ ମଧ୍ୟରେ ମୁ ଲକ୍ଷ୍ୟ କରିଛି ଯେ ଅନେକ ଗରିବ ଲୋକ ପ୍ରଧାନମନ୍ତ୍ରୀ ଉଜ୍ଜ୍ଵଳା ଯୋଜନା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଉପକୃତ ହୋଇଛନ୍ତି | ମୁଁ ଆଶା କରୁଛି, ସରକାର ଆସନ୍ତା ୫ ବର୍ଷ ମଧ୍ୟରେ ସେଭଳି କିଛି ଲୋକ ହିତକର ସ୍କିମ ବା ଯୋଜନା ସମାଜର ଗରିବ ଅବହେଳିତ ବର୍ଗଙ୍କ ପାଇଁ ପ୍ରଣୟନ କରିବେ” ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଲିଖିତ ପତ୍ରରେ ଉଲ୍ଲେଖ କରିଛନ୍ତି ଜଷ୍ଟିସ ଅନଙ୍ଗ ପଟ୍ଟନାୟକ |

Leave A Reply

Your email address will not be published.