ନିଜ ଅର୍ଜିତ କର୍ମ ମାନ, ଆଗହୁଁ ହୁଅ ସାବଧାନ 

0

 

 ବିବାଦୀୟ ସ୍ଥାନରେ ୧୪୪ ଧାରା ଜାରି ଛଡା ଉପାୟ ନାହିଁ

ବାରିପଦାରୁ ଦିଲ୍ଲୀପ ମହାନ୍ତି – ବାରିପଦା ପୌରପରିଷଦର ଭଞ୍ଜପୁର ଛକରେ ଥିବା ପାର୍କିଂସ୍ଥଳ ଓ ବହୁପୂରାତ୍ତନ  ପୂଜା ମଣ୍ଡପରେ ମୟୂରଭଞ୍ଜ ଜିଲାପ୍ରଶାସନ ପକ୍ଷରୁ ସୁନାରାମ ସୋରେନଙ୍କ ପ୍ରତିମୂର୍ତ୍ତି ନିର୍ମାଣ ଉପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଲାଗିଛି ରହିତାଦେଶ । ଫଳରେ ଏହା ବିବାଦୀୟ ସ୍ଥାନ ହୋଇ ରହିଛି । ଏହି ସମୟରେ ବାରିପଦା ସହରରେ ଫେବୃଆରୀ ୩ ଓ ୪ ତାରିଖରେ ବିଭିନ୍ନ ଆଦିବାସୀ ସଙ୍ଗଠନ ପକ୍ଷରୁ ପାଳିତ ହେବାକୁ ଯାଉଛି ସୁନାରାମ ସୋରେନଙ୍କ ଜନ୍ମ ଶତବାର୍ଷିକୀ । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଯୋଗ ଦେବେ ଶହଶହ ଆଦିବାସୀ ଜନସାଧାରଣ । ମୁର୍ଗାବାଡ଼ିରୁ ଭଞ୍ଜପୁର ବିବାଦୀୟ ଛକ ରାସ୍ତାରେ ଆସିବାର ରହିଥିବା ରାଳ୍ଳୟ । ଫଳରେ ବିବାଦୀୟ ସ୍ଥାନକୁ ନେଇ ଉତ୍ତେଜନା ଦେଖାଦେବାର ସମ୍ଭାବନା ଅଧିକ ରହିଥିଲା । ତେଣୁ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରକୁ ନେଇ ପୁଲିସ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି । ଆଜି ଆଦିବାସୀ ସୋସିଓ ଏଜୁକେଶନାଲ ଓ କଲ୍ଚରାଲ  ଆସୋସିଏସନ ଓ ଯୁମିଦ ଖେରୱାଳ ମିଦୁନ ମାଡ଼ୱା ଆଦି ବିଭିନ୍ନ ଆଦିବାସୀ ସଂଗଠନର କର୍ମକର୍ତ୍ତାମାନଙ୍କୁ ନେଇ ବାରିପଦା ଟାଉନ ଥାନାରେ ବାରିପଦା ସଦର ଏସଡ଼ିପିଓ ରାଲି ଆଦି ଉପରେ ଅଙ୍କୁଶ ଲଗାଇଛନ୍ତି । ତେଣୁ ଏହି ସମସ୍ତ ସଙ୍ଗଠନ ପକ୍ଷରୁ ଯେଉଁ ଶୋଭାଯାତ୍ରା ମୁର୍ଗାବାଡ଼ିରୁ ବାହାରିବାର କାର୍ଯ୍ୟକ୍ରମ ରହିଥିଲା ସେଥିରେ ପରିବର୍ତ୍ତନ ଆଣିଛନ୍ତି । ବାରିପଦା ସହରର ଷ୍ଟେସନ ଓ ମଧୁବନ ଷ୍ଟାଡ଼ିଅମରୁ ରାଲି ବାହାରି  ସହର ପରିକ୍ରମା କରି ଛଉପଡ଼ିଆରେ ଏକତ୍ରିତ ହେବାର ନିଷ୍ପତ୍ତି ନିଆଯାଇଛି । ତେଣୁ ଉଚ୍ଚ ନ୍ୟାୟାଳୟ ପକ୍ଷରୁ ରହିତାଦେଶ ଲାଗୁ କରାଯାଇଥିବା ଭଞ୍ଜପୁର ଛକରେ ଆଇନଶୃଙ୍ଖଳାକୁ ଧ୍ୟାନ ଦେଇ ପୁଲିସ ପକ୍ଷରୁ ୧୪୪ ଧାରା ଲାଗୁ କରିବାର ସମ୍ଭାବନା ଦେଖା ଦେଇଛି ।

Leave A Reply

Your email address will not be published.