ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ମହାରାଜା ବାଳିକା ଉଚ୍ଚବିଦ୍ୟାଳୟ,ପାରଳାଖେମୁଣ୍ଡିର ସହକାରୀ ଶିକ୍ଷୟତ୍ରୀ ସୌଦାମିନୀ ପାତ୍ରଙ୍କ ଅବସର ରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଦର୍ଶନ ରାଓ ଅଧକ୍ଷତାରେ ଏକ ସ୍ମୃତିସୌରଭ ସମାବେଶ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇସାରିଛି।ଶ୍ରମତୀ ପାତ୍ର ଜଣେ ପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ଭାବେ ବିଶେଷକରି ଛାତ୍ର ଛାତ୍ରୀ ମାନଙ୍କର ପ୍ରିୟଭାଜନ ହୋଇଥିବାବେଳେ ସମ୍ପ୍ରତି ଏହିବିଦ୍ୟାଳୟରେ ମଧ୍ୟ ସେଭଳି ସତୀର୍ଥ ମାନଙ୍କର ଏବଂ ପିଲାଙ୍କର ମଧ୍ୟ ପ୍ରିୟଭାଜନ ହୋଇଥିଲେ।
ଏହି ବିଦାୟକାଳୀନ ସଭାରେ ଲକ୍ଷ୍ମୀକାନ୍ତ ବେବର୍ତ୍ତା, ଶାନ୍ତନୁ ଚୌଧୁରୀ, ପ୍ରିୟଦର୍ଶିନୀ ପାଇକ, ପ୍ରସାଦିନୀ ବେବର୍ତ୍ତା, ସୁଜାତା ଦୋରା, ରାମକୁମାରୀ ଅଧିକାରୀ, ବିଷୁପ୍ରିୟା ରଥ ପ୍ରଭୁତି ନିଜ ନିଜ ବକ୍ତବ୍ୟ ରେ ଶ୍ରୀମତୀ ପାତ୍ର ଙ୍କୁ ଜଣେ ଶୃଙ୍ଖଳିତ ଦକ୍ଷ ଶିକ୍ଷୟତ୍ରୀ ଭାବେ ବକ୍ତବ୍ୟ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ପିଆରଏମ ମେଡ଼ିକାଲ କଲେଜ ଓ ହସପିଟାଲ: ୩ ଦିନ ଧରି ସଫେଇ ବନ୍ଦ,ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
Next Post