ଭୁବନେଶ୍ବର : ଟିମ ୱାର୍କ, ଟ୍ରାନ୍ସପ୍ୟାରେନ୍ସି, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ ଓ ଟାଇମ | ଲୋକମାନଙ୍କୁ ଉତ୍ତମ ତଥା ଲୋକାଭିମୁଖୀ ସର୍ବୋପରି ଉତ୍ତରଦାୟୀ ସରକାର ଯୋଗାଇ ଦେବାପାଇଁ ଅପରିହାର୍ଯ୍ୟ | ଆଉ ଏହି ୫ଟି ପ୍ରସଙ୍ଗ ଉପରେ ଗୁରୁତ୍ୱକୁ ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ | ସଚିବାଳୟରେ ‘୫ ଟି’ ମନ୍ତ୍ରର ସମୀକ୍ଷା କରିବା ଅବସରରେ ଅଧିକାରୀମାନଙ୍କୁ ଏପରି ରୋକଠୋକ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।ଆଉ ଅଫିସରମାନଙ୍କ କାର୍ଯ୍ୟଦକ୍ଷତା ମୁଲ୍ୟାୟନରେ ଏହି ‘୫ ଟି’ ମୁଖ୍ୟ ମାପଦଣ୍ଡ ହେବ | ଲୋକଙ୍କୁ କିପରି ନ୍ୟାୟ ସଂଗତ ଭାବେ ସରକାରୀ ଅଧିକାରୀମାନେ ସେବା ଯୋଗାଉଛନ୍ତି ସେଥିପାଇଁ ଟିମ ଵାର୍କ, ଟ୍ରାନ୍ସପ୍ୟାରେନ୍ସି, ଟେକ୍ନୋଲୋଜି, ଟ୍ରାନ୍ସଫରମେସନ ଓ ଟାଇମ ପାଇଁ ୨୦% ମାର୍କ ରହିବ ବୋଲି ରୋକଠୋକ ଶୁଣାଇ ଦେଇଛନ୍ତି ମୁଖ୍ୟମନ୍ତ୍ରୀ | ଏଣିକି ସବୁ ଏସ୍ପି ଏବଂ ଅତିରିକ୍ତ ପିସିସିଏଫ୍ କ୍ୟାଡର୍ର ଭାରତୀୟ ଜଙ୍ଗଲ ସେବା ଓ ତଦୁର୍ଦ୍ଧ ଅଧିକାରୀମାନଙ୍କ ବାର୍ଷିକ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ରିପୋର୍ଟ ପ୍ରସ୍ତୁତ କରାଯିବା ସହ ସେଗୁଡିକର ମୂଲ୍ୟାୟନ ମୁଖ୍ୟମନ୍ତ୍ରୀ ନିଜେ କରିବେ ବୋଲି ତାଗିଦ କରିଛନ୍ତି ମୁଖ୍ୟମନ୍ତ୍ରୀ |