ବଦଳିଲେ ୪୧ ଓଏଏସ ଅଫିସର

0

ଭୁବନେଶ୍ବର :  ରାଜ୍ୟ ସରକାର ଓଡିଶା ପ୍ରଶାସନିକ ସେବା ଅଧିକାରୀଙ୍କ ମଧ୍ୟରେ  ଏକ ବଡଧରଣର ଅଦଳବଦଳ କରିଛନ୍ତି  | ଏହି ଅଦଳବଦଳ ଅନ୍ତର୍ଗତ ୪୧ଜଣ ଓଏଏସ୍ ଅଫିସର ବଦଳି କରାଯାଇ ନୂତନ ନିଯୁକ୍ତି ପ୍ରଦାନ କରାଯାଇଛି |
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବିକାଶ ଚନ୍ଦ୍ର ମହାପାତ୍ରଙ୍କୁ ଟେକ୍ସଟ ବୁକ୍ ପ୍ରଡକ୍ସନ ଆଣ୍ଡ ମାର୍କେଟିଂର ନିର୍ଦ୍ଦେଶକ, ଭାସ୍କର ଚନ୍ଦ୍ର ତୁରୁକଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ, ଶୁଭେନ୍ଦୁ କାନୁନଗୋଙ୍କୁ ନଗର ଉନ୍ନୟନ ବିଭାଗର ସ୍ବତନ୍ତ୍ର ସଚିବ, ସୁଶାନ୍ତ କୁମାର ବାରିକଙ୍କୁ ଏସ୍‌ଟି, ଏସ୍‌ସି ଉନ୍ନୟନ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ ବିଭାଗର ସ୍ବତନ୍ତ୍ର ସଚିବ, ଆଲୋକ କୁମାର କରଙ୍କୁ ଡିପାର୍ଟମେଣ୍ଟାଲ ଇନକ୍ୟୁଆରିଜ୍‌ର କମିସନର, ସରୋଜ କୁମାର ମିଶ୍ରଙ୍କୁ ଗୃହ ବିଭାଗର ଅତିରିକ୍ତ ସଚିବ, ବ୍ରଜ ଗୋପାଳ ଆଚାର୍ଯ୍ୟଙ୍କୁ ଓଏସ୍‌ଆରଟିସିର ମହାପ୍ରବନ୍ଧକ, ସତ୍ୟନାରାୟଣ ଦାଶଙ୍କୁ ଲିଗାଲ ମେଟ୍ରୋଲୋଜିର କଣ୍ଟ୍ରୋଲର ଏବଂ ଖାଦ୍ୟ ଯୋଗାଣ ବିଭାଗର ଅତିରିକ୍ତ ସଚିବ,  ରୁଦ୍ରପ୍ରସନ୍ନ ସାହୁଙ୍କୁ ପ୍ଲାନିଂ ଏବଂ କନଭରଜେନ୍ସ ବିଭାଗର ଅତିରିକ୍ତ ସଚିବ, ଉଦୟ ନାରାୟଣ ଦାସଙ୍କୁ ଏମ୍‌ଏସ୍‌ଏମ୍‌ଇ ବିଭାଗର ଅତିରିକ୍ତ ସଚିବ, ବ୍ରତତି ହରିଚନ୍ଦନଙ୍କୁ ଓସ୍‌ଡମାର ମହାପ୍ରବନ୍ଧକ, ଗଙ୍ଗାଧର ସାହୁଙ୍କୁ ଏସ୍‌ସିଇଆରଟିର ନିର୍ଦ୍ଦେଶକ, ମଧୁସୂଦନ ମିଶ୍ରଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ, ସରୋଜକାନ୍ତ ମହାନ୍ତିଙ୍କୁ ଜଗତସିଂହପୁର ଜିଲ୍ଲା ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ, ସୁବ୍ରତ କୁମାର ପଣ୍ଡାଙ୍କୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସେକ୍ରେଟାରି, ରଘୁରାମ ଆର୍‌. ଆୟାରଙ୍କୁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ନିର୍ଦ୍ଦେଶକ ଏବଂ ଓପେପାର ଅତିରିକ୍ତ ନିର୍ଦ୍ଦେଶକ, ନୃସିଂହ ଚରଣ ସ୍ବାଇଁଙ୍କୁ ସୁନ୍ଦରଗଡ଼ ଏଡିଏମ୍‌, ଦେବବ୍ରତ ଜେନାଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି ଜ୍ଞାନ ବିଭାଗର ଯୁଗ୍ମ ସଚିବ, ସୁଦର୍ଶନ ସେଠୀଙ୍କୁ ସମବାୟ ବିଭାଗର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି | ସେହିପରି  ଲକ୍ଷ୍ମଣ କୁମାର ମଲ୍ଲିକଙ୍କୁ ଇଡ୍‌କୋର ଲ୍ୟାଣ୍ଡ ଅଫିସର, ବୀରେନ୍ଦ୍ର କୋରକୋରାଙ୍କୁ ଉଚ୍ଚଶିକ୍ଷା ବିଭାଗର ଯୁଗ୍ମ ସଚିବ, ଦିଗନ୍ତ ରାଉତରାୟଙ୍କୁ ଖୋର୍ଦ୍ଧା ଜିଲ୍ଲା ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ, ତପିରାମ ମାଝୀଙ୍କୁ ଝାରସୁଗୁଡ଼ା ଜିଲ୍ଲା ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ, ଭୈରବ ସିଂହ ପଟେଲଙ୍କୁ ସୁନ୍ଦରଗଡ଼ ଜିଲ୍ଲା ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ, ଜ୍ଞାନରଂଜନ ଭଞ୍ଜଦେଓଙ୍କୁ କଳାହାଣ୍ଡି ଜିଲ୍ଲା ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ, ପ୍ରଦୀପ କୁମାର ସାହୁଙ୍କୁ ଝାରସୁଗୁଡ଼ା ଏଡିଏମ୍‌, ଅବିନାଶ ରାଉତଙ୍କୁ ପୁରୀ ପୌରପାଳିକାର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ହରିଶ ଚନ୍ଦ୍ର ଜେନାଙ୍କୁ ନୀଳଗିରି ଉପଜିଲ୍ଲାପାଳ, ସରୋଜ କୁମାର ମିଶ୍ରଙ୍କୁ ସମ୍ବଲପୁର ଜିଲ୍ଲାର ସ୍ବତନ୍ତ୍ର ଏଲ୍‌ଏଓ, ବାଦଲ କୁମାର ମହାନ୍ତିଙ୍କୁ ଓରମାସ୍‌ର ଡେପୁଟି ସିଇଓ, ଶୁଭ୍ରାଶୁଂ ମିଶ୍ରଙ୍କୁ କଟକ ଉପଜିଲ୍ଲାପାଳ, ସଞ୍ଜୀବିତା ରାୟଙ୍କୁ ସିଏମ୍‌ସିର ଡେପୁଟି କମିସନର, ସୁସ୍ମିତା ବେହେରାଙ୍କୁ ଓସଡମାର ଉପମହାପ୍ରବନ୍ଧକ, ରଜନୀକାନ୍ତ ସ୍ବାଇଁଙ୍କୁ ଅନୁଗୁଳ ଡିଆରଡିଏର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଆଡମିନ୍), ଅନିରୁଦ୍ଧ ପ୍ରଧାନଙ୍କୁ ସମ୍ବଲପୁର ଉପଜିଲ୍ଲାପାଳ,  ରବୀନ୍ଦ୍ର କୁମାର ସେଠୀଙ୍କୁ ବିଧାନସଭା ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ, ଦେବବ୍ରତ ସାହୁଙ୍କୁ ଭୁବନେଶ୍ବର ଉପଜିଲ୍ଲାପାଳ, ଶୁଭେନ୍ଦ୍ର କୁମାର ସାମଲଙ୍କୁ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ,ଦିନକ୍ରିଷ୍ଣ କରଙ୍କୁ କଟକ ଜିଲ୍ଲାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ (ଆଡମିନ୍), ସବ୍ୟସାଚୀ ହୋତାଙ୍କୁ ବ୍ରହ୍ମପୁର ମହାନଗର ନିଗମର (ଡେପୁଟି କମିସନର), ଶୁଭେନ୍ଦୁ କୁମାର ସାହୁଙ୍କୁ ଭୁବନେଶ୍ବର ମହାନଗର ନିଗମର ଡେପୁଟି କମିସନର ଭାବେ ବଦଳି କରାଯାଇଛି |

Leave A Reply

Your email address will not be published.