ଆଖି ଖୋଲିଦେଲା ଦଇତାରୀଙ୍କ ଦାରିଦ୍ର୍ୟ : ଗୁରୁତ୍ୱ ପୁର୍ଣ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

0

ଆର୍ଥିକ ଅନଗ୍ରସର ପଦ୍ମ ବିଜେତାଙ୍କୁ ମିଳିବ ୧୦୦୦୦ ଟଙ୍କାର ମାସିକ ସହାୟତା

ଭୁବନେଶ୍ୱର(ଶାସକ ପ୍ରଶାସକ) :ରାଜ୍ୟର ଆର୍ଥିକ  ଅନଗ୍ରସର  ପଦ୍ମ ଶ୍ରୀବିଜେତା ବ୍ୟକ୍ତିତ୍ୱମାନଙ୍କୁ ସହାୟତା ରାଶି ପ୍ରଦାନ ନିମନ୍ତେ ସରକାର ଏକ ଗୁରୁତ୍ୱ ପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତିା ସଂସ୍କୃତିବିଭାଗର ଏହି ପରି ଏକ ମହତ୍ତ୍ୱ ପୂର୍ଣ୍ଣ ପ୍ରସ୍ତାବକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେବା ସହ ଏହିବର୍ଗର ପ୍ରତିଭାସଂ ପନ୍ନବ୍ୟକ୍ତିତ୍ୱମାନଙ୍କୁ ସହାୟତା ରାଶି ସ୍ୱରୂପ ମାସକୁ ୧୦ ହଜାର ଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତିା ଏହି ଭତ୍ତାପାଇଁ  ଯୋଗ୍ୟ ବ୍ୟକ୍ତିତ୍ୱଙ୍କ ମାନଦଣ୍ଡ ନିର୍ଦ୍ଧାରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛିା
କିଛିଦିନ ତଳେ ଏକ ଓଡ଼ିଶା ଖବର କାଗଜରେ ପଦ୍ମଶ୍ରୀ  ପୁରସ୍କାର ପ୍ରାପ୍ତ ଶ୍ରୀ ଦୈତାରୀ ନାୟକଙ୍କ ବିଷୟରେ ଏକ ଖବର ପ୍ରକାଶ ପାଇଥିଲା , ଯେଉଁଥିରେ କି ତାଙ୍କର ଆର୍ଥିକ  ଅବସ୍ଥା ସ୍ୱଚ୍ଛଳ ନୁହେଁ ଓ ଏଥିପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା |  ଏହାକୁ ଦୃଷ୍ଟିରେ ରଖୀ  ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶାରେ କେତେଜଣ  ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତବ୍ୟକ୍ତିତ୍ୱ ଅଛନ୍ତି ସେମାନଙ୍କ ସମ୍ବନ୍ଧରେ  ତଥ୍ୟ ସଂଗ୍ରହ କରାଯାଇଥିଲା | ଜିଲ୍ଲାପାଳମାନଙ୍କଠାରୁ ପ୍ରାପ୍ତ ସୂଚନା ଅନୁସାରେ ବର୍ତ୍ତମାନ ସୁଦ୍ଧା  ୮୪ ଜଣ ପଦ୍ମଶ୍ରୀ  ପୁରସ୍କାର ପାଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୪୫ ଜଣଙ୍କର ଦେହାନ୍ତ ହୋଇସାରିଛି | ଅବଶିଷ୍ଟ ଯେଉଁମାନେ କର୍ମମୟ ଜୀବନଜାପନ  କରୁଛନ୍ତି ସେମାନଙ୍କ ମଧ୍ୟରୁ ଅଳ୍ପକିଛିବ୍ୟକ୍ତିଙ୍କର ଆର୍ଥିକ  ଅବସ୍ଥା ସ୍ୱଚ୍ଛଳ ନୁହେଁ ବୋଲି ଜଣା ପଡ଼ିଛିା ଏହିଆର୍ଥିକ  ଦୁରାବସ୍ଥା  ସମ୍ପର୍ଣ୍ଣ ବ୍ୟକ୍ତିତ୍ୱମାନଙ୍କର ଦୈନନ୍ଦିନ ଜୀବନ ଭରଣାେ ପାଷଣ ପାଇଁ  ମୁଖ୍ୟମନ୍ତ୍ରୀ ଏହି ମର୍ମରେ ନିଷ୍ପତ୍ତି ନେଇଛନ୍ତି | ଖୁବ୍ ଶୀଘ୍ର ଏହି ବ୍ୟକ୍ତିତ୍ୱମାନଙ୍କୁ ଆର୍ଥିକ  ସହାୟତା ଦିଆଯିବ ଏହାଦ୍ୱାରା ଦୈତାରୀ ନାୟକଙ୍କ ପରି ପଦ୍ମଶ୍ରୀ ସମାନ  ପ୍ରାପ୍ତ ବ୍ୟକ୍ତିମାନଙ୍କର ଆର୍ଥିକ  ଅବସ୍ଥାରେ ଉନ୍ନତି ଆସି ପାରିବା
ସୂଚନାଯୋଗ୍ୟ ଯେ  ଶ୍ରୀ ଦୈତାରୀ ନାୟକ ନିଜ ଉଦ୍ୟମରେ କେଉଁଝର ଜିଲ୍ଲାର ଜଳସେଚନ ରହିତ  ପାହାଡ଼ିଆ ଅଞ୍ଚଳରେ ପାହାଡ଼ ଖୋଳି ନଦୀର ଏକ ଚ୍ୟାନେଲ୍ ସୃଷ୍ଟି କରି ୨୦୧୮ ମସିହାରେ ପଦ୍ମଶ୍ରୀ  ଉପାଧିରେ ଭୂଷିତ ହୋଇଥିଲେ |      

Leave A Reply

Your email address will not be published.