ବର୍ତ୍ତମାନର ଆବଶ୍ୟକତା ପାଇଁ ଭବିଷ୍ୟତକୁ ଉପେକ୍ଷା କରନାହିଁ : ହନୁମନ୍ତ

0

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଏମିତି ଏକ ଦିନ ଆସିବ ସେତେବେଳେ ଗଛ ନଥିବ । ଫୁଲ ନଥିବ କି ଫଳ ନଥିବ । ପାଣି ନଥିବ କି ପ୍ରାଣୀ ମଧ୍ୟ ନଥିବେ । ତେଣୁ ବର୍ତ୍ତମାନର ଆବଶ୍ୟକତା ପୁରଣ କରିବା ପାଇଁ ଭବିଷ୍ୟତକୁ ଉପେକ୍ଷା କରନାହିଁ  । ପରିବେଶ ସପ୍ତାହ ପାଳନ ଅବସରରେ ଓଡଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ, ଅଧ୍ୟାପକ ଅଧ୍ୟାପିକାଙ୍କ ସହିତ ଆଲୋଚନା ବେଳେ ନୟାଗଡ ବନଖଣ୍ଡ ଅଧିକାରୀ ଧାମଧେରେ ଧନରାଜ ହନୁମନ୍ତ  ଏହି ଉକ୍ତି ରଖିଥିଲେ । ସାମ୍ପ୍ରତିକ ସମୟର ମନୁଷ୍ୟ ନିଜର କ୍ଷଣିକ ସୁଖ ସ୍ୱାଛନ୍ଦ୍ୟ ପାଇଁ ପ୍ରତି ମୁହୁର୍ତରେ ଏକ କାଳ ଗୈାହର ମଧ୍ୟକୁ ଆକର୍ଷିତ ହେଉଛି । ହେଲେ ଏବେ ବି ସମୟ ଅଛି ସେ ନିଜେ ନିଜ ଭାଗ୍ୟକୁ ଜୀବନ ଶୈଳିକୁ ବଦଳାଇ ପାରିବ । ଏବଂ ଏହାର ଏକମାତ୍ର ବିକଳ୍ପ ହେଉଛି ବୃକ୍ଷ ରୋପଣ ବୋଲି କହିଥିଲେ ଡ଼ିଏଫଓ ଶ୍ରୀ ହନୁମନ୍ତ | ଆଲୋଚାନାଟି ହୃଦୟସ୍ପର୍ଷି  ହୋଇଥିବାରୁ ସମସ୍ତ ଛାତ୍ରଛାତ୍ରୀଙ୍କ ମନକୁ ଛୁଇଁଥିଲା ।  ସେହି ଉତ୍ସାହକୁ ଉଜ୍ଜୀବିତ  ରଖିବା ପାଇଁ ବନଖଣ୍ଡ ଅଧିକାରୀ, ନୟାଗଡ କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଲୋକନାଥ ସାହୁ, ବନାଂଚଳ ଅଧିକାରୀ ରବିନ୍ଦ୍ରନାଥ ପଣ୍ଡା, ମହାବିଦ୍ୟାଳୟର ଅଧ୍ୟକ୍ଷ ଅଶ୍ୱିନି କୁମାର ନାୟକଙ୍କ ସହିତ ଛାତ୍ରଛାତ୍ରୀ ମିଳିତ ଭାବରେ କଲେଜ ପରିସରରେ ବିଭିନ୍ନ ପ୍ରକାରର ଚାରା ରୋପଣ କରିଥିଲେ ।  ଚାରା ଗୁଡିକ ସକ୍ଷମ ହେବା ପର୍ଯ୍ୟନ୍ତ ଏହାର ଯନ୍ନ ନିଆଯିବ  ବୋଲି ସମସ୍ତେ ସଙ୍କଳ୍ପ କରିଥିଲେ ।

Leave A Reply

Your email address will not be published.