କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଧାରଣା

0

କଳାହାଣ୍ଡି/ତୁଳମଣି ନାଗ

ଝାରଖଣ୍ଡରେ ଅମାନବୀୟଭାବରେ ମବ ଲିଚିଙ୍ଗ ନାମରେ ST.SC.OBC ଏବଂ Minority ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରି ବହୁଜନ କ୍ରାନ୍ତି ମୋର୍ଚ୍ଚା କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଭବାନୀପାଟଣା ଠାରେ ଧାରଣା ପ୍ରଦର୍ଶନ କରିଥିଲା I ଦିଗତ ଚାରି ବର୍ଷ ମଧ୍ୟରେ କେବଳ ଝାରଖଣ୍ଡରେ୧୮ଟି ଏବଂ ସାରାଭାରତ ରେ ୨୬୬ଟି ମୋବ୍ଲିଚିଙ୍ଗ ମାମଲା ରୁଜୁ ହୋଇଥିବା ଜଣାପଡିଛି ଏ ଘଟଣାକୁ ତୀବ୍ରନିନ୍ଦା କରିବା ସହିତ 31 ରାଜ୍ୟର 550 ଟି ଜିଲ୍ଲାର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତି ସୃଖଳା ଭାବରେ ବହୁଜନ କ୍ରାନ୍ତୀ ମୋର୍ଚ୍ଚା କଳାହାଣ୍ଡି ଶାଖା ପକ୍ଷରୁ ଧାରଣା ଦିଆ ଯାଇଥିଲା  I ଧାରଣାରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ପ୍ରଭାରୀ ସୁରେଶ ଚନ୍ଦନ, ଜଗଦୀଶ ଯାଦବ,କମଳିନୀ ଯାଦବ, ଗୋବିନ୍ଦ ଗହୀର,ପୂର୍ଣ୍ଣଚନ୍ଦ୍ର ବାଗ, କରୁଣା ଚଣ୍ଡି, ମୁରଲୀ ଚଲାନା, କୀର୍ତ୍ତିଚନ୍ଦ୍ର ଗୌଡ଼, ରାଜକିଶୋର ଦଳପତି, ମହିନ୍ଦ୍ର ଧଙ୍ଗଡା ମାଝୀ, ଲବ କରୁଆ, କୃଷ୍ଣ ଚନ୍ଦ୍ର ନାଏକ, ଆଇଁନଜୀବୀ ରିଷିସୁଦନ ଛାତ୍ରପାଳ ସମେତ ବହୁ କାର୍ଯ୍ୟକାର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.