ପୁରୁଣାକଟକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ବୌଦ୍ଧ ଡିଷ୍ଟିଲାରି ତରଫରୁ ଶୁଦ୍ଧ ପାନିୟଜଳ ଯୋଗାଣ

0

ବୌଦ୍ଧ (ସୁମନ ଲଉରିଆ)

ବୌଦ୍ଧଜିଲ୍ଲା ପୁରୁଣାକଟକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗିଙ୍କ ସୁବିଧା ଦୃଷ୍ଟିରୁ ଶୁଦ୍ଧ ପାନିୟ ଜଳ ଯୋଗାଇ ଦେବା ଲକ୍ଷରେ ଘଣ୍ଟା ପ୍ରତି ୧୨୦ ଲିଟର ଶୁଦ୍ଧ ପାଣି ଯୋଗାଇ ପାରୁଥିବା ଏକ ଓ୍ବାଟର ପି୍ୟରିଫାୟର  ବୁଧବାର ଦିନ ବୌଦ୍ଧ ଡିଷ୍ଟିଲାରି ତରଫରୁ ବି,ଡି,ପିଏଲ୍ ପ୍ରବନ୍ଧ ନିର୍ଦ୍ଦେଶକ  ରିତେଶ୍ ସାହୁଙ୍କ ଉପସ୍ଥିତିରେ ,ବୌଦ୍ଧଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବିଜନ୍ କିଶୋର ମହାନ୍ତିଙ୍କ ଦ୍ବାରା ଶୁଭାରମ୍ଭ ହୋଇଯାଇଛି। ଏହି ଅବସରେ ଚିକିତ୍ସା ଅଧିକାରୀ  ବିଜନ କିଶୋର ମହାନ୍ତି ପ୍ରଥମେ ଶୁଦ୍ଧ ପାଣି ପିଇ ଏହାକୁ ଶୁଭାରମ୍ଭ କରିଥିଲେ। ଏହି ଅବସରରେ କମ୍ପାନିର ପରିଚାଳନା ନିର୍ଦେଶକ ରିତେଶ୍ ସାହୁ ଅଞ୍ଚଳରେ ପାନିୟଜଳର ସମସ୍ୟାକୁ ଦୃଷ୍ଟିରେ ରଖି ଏଂବ ରୋଗିଙ୍କ ସୁବିଧା ଦୃଷ୍ଟିରୁ ଶୁଦ୍ଧପାଣି ଯୋଗାଇ ଦେବା ପାଇଁଁ ଏହା ଆମର ପ୍ରୟାସ ଏଂବ ଅତିତରେ ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ର ଚାରୋଟି ଗ୍ରାମ ରାମ୍ବିକଟା,ଭରତାପୁର,ସାମ୍ପୋଚ,ଶ୍ୟାମସୁନ୍ଦରପୁର ସ୍କୁଲ୍ ମାନଙ୍କରେ ପ୍ରାୟ ଆଠଶହ ଛାତ୍ରଛାତ୍ରିଙ୍କୁ ଏହି ଶୁଦ୍ଧ  ପାଣି ଯୋଗାଇ ଦିଆଯାଇଛି ବୋଲି କମ୍ପାନିର ପରିଚାଳକ ରିତେଶ୍ ସାହୁ ଉଦ୍ଘାଟନି ସଭାରେ କହିଥିଲେ। ପରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀଙ୍କ ଦ୍ବାରା ମେଡିକାଲ୍ ରେ ରୋଗମାନଙ୍କୁ ବିସ୍କୁଟ୍ ଓ ଫଳ ବଣ୍ଟନ କରାଯାଇଥିଲା।ଏହି ଅବସରରେ ପୁରୁଣାକଟକ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ସ୍ବାସ୍ଥ୍ୟ ସେବା ଅଧିକାରି ଡଃ ରବିନାରାୟଣ ପ୍ରମାଣିକ,ଙ୍କ ସମେତ ସ୍ବାସ୍ଥ୍ୟ କେନ୍ଦ୍ରର ଅନାନ୍ୟ କର୍ମକତ୍ତା ଶୁଭଉଦ୍ଘାଟନି ରେ ଯୋଗଦେଇଥିଲେ।
[

Leave A Reply

Your email address will not be published.