ଚନ୍ଦ୍ରପୁର ବ୍ଲକ ଗସ୍ତ କଲେ ଗୁଣପୁର ଉପଜିଲ୍ଲାପାଳ

0

ଗୁଣପୁରରୁ ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ: (ରାୟଗଡ଼ା/ଚନ୍ଦ୍ରପୁର) : ଗୁଣୁପୁର ଉପଜିଲ୍ଲାପାଳ ଡ଼ ଶିଧେଶ୍ୱର ବଳିରାମ ବନଧୋର  ଚନ୍ଦ୍ରପୁର ବ୍ଲକ ଗସ୍ତ କରି ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କ ପାଖରେ ପହଂଚି ଲୋକକ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସେମାନଙ୍କ ସ୍ୱାସ୍ଥ୍ୟ ସେବା ମଧ୍ୟ ଯୋଗାଇଥିଲେ ଦୁଇ ପାହାଡ଼ ଚଢି ଚାଲି ଚାଲି ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ।
ଗତ କିଛି ଦିନ ତଳେ ଗୁଣୁପୁର ର ତତ୍କାଳୀନ ଉପଜିଲ୍ଲାପାଳ ତଥା ବର୍ତ୍ତମାନ ର ଜିଲ୍ଲା ପ୍ରକଳ୍ପ ପ୍ରଶାସକ ଅମୃତ ଋତୁରାଜ ସ୍କୁଟି ରେ ଯାଇ ତିନି ଦିନ ଚନ୍ଦ୍ରପୁର ବ୍ଲକରେ ରହି ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ  ଆବଶ୍ୟକ ପଦକ୍ଷେପ ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ ଏବଂ କାର୍ଯ୍ୟକାରୀ ମଧ୍ୟ ପରେ ପରେ ହୋଇଥିଲା।
ପୂର୍ବରୁ ଜିଲ୍ଲା ସ୍ତରୀୟ ପ୍ରଶାସକ ବର୍ତ୍ତମାନ ଉପଖଣ୍ଡ ସ୍ତରୀୟ ପ୍ରଶାସକଙ୍କ ଚନ୍ଦ୍ରପୁର ଭଳି ମାଓ ପ୍ରବଣ ଇଲାକାକୁ ଗସ୍ତ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସନୀୟ ହେବା ସହ ଆଗାମୀ ଦିନରେ ଏଠାର ସ୍ୱାସ୍ଥ୍ୟ ଓ ଶିକ୍ଷା ଦିଗରେ ରହିଥିବା ସମସ୍ୟାକୁ ଦୂର କରିବ ବୋଲି ଆଶା ବ୍ୟକ୍ତ କରିଛି ।

Leave A Reply

Your email address will not be published.