ଦୁର୍ନୀତି ଦେଶର ସର୍ବଶ୍ରେଷ୍ଠ ଶତ୍ରୁ On Jan 29, 2018 21 Share ଯାଜପୁରରୁ ଜୟଶଙ୍କର ଦାଶ : ଦିନକୁ ଦିନ ଆଇନକୁ ଭାଙ୍ଗୁଥିବା ଲୋକଙ୍କ ସହ ଆଇନକୁ ଗଢୁଥିବା ଏବଂ ରକ୍ଷା କରିବା ଦାୟୀତ୍ୱରେ ଥିବା ଲୋକଙ୍କ ସମ୍ପର୍କ ନିବିଡ ହେବାରେ ଲାଗିଛି । ସାଧାରଣ ଜନତା ତଥା ଦେଶର ସ୍ୱାର୍ଥରକ୍ଷା ଦାୟୀତ୍ୱରେ ଥିବା ଜନପ୍ରତିନିଧିମାନେ ନିଜ ସ୍ୱାର୍ଥରେ ଅଧିକ ବ୍ୟସ୍ତ ରହିବା ସହ ଦୁର୍ନିତି ଅଧିକ କାୟା ବିସ୍ତାର କରୁଛି । ଦେଶର ବିକାଶ ପାଇଁ ବଅୁ ଯୋଜନା ହେଉଥିଲେ ମଧ୍ୟ ଦୁର୍ନିତି ଏହିସବୁ ଯୋଜନାର ସଫଳ ରୂପାୟନ କ୍ଷେତ୍ରରେ ବଡ ବାଧକ ହୋଇଛି ବୋଲି ସାଧାରଣତନ୍ତ୍ର ଦିବସ ଅବସରରେ ଧର୍ମଶାଳାର ପଟୁଣିଆରେ ସ୍ୱାଭିମାନ ମଂଚ ପଟୁଣିଆ ତରଫରୁ “ଦୁର୍ନିତି ଦେଶର ସର୍ବଶ୍ରେଷ୍ଠ ଶତ୍ରୁ” ଶୀର୍ଷକ ଆଲୋଚନାଚକ୍ରରେ ମତ ପ୍ରକାଶ ପାଇଛି । ପଟୁଣିଆରେ ରମେଶ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ବିଜୁ ଯୁବ ଜନତାର ପ୍ରାକ୍ତନ ରାଜ୍ୟ ସାଧାରଣ ସଂପାଦକ ସତୀଶ ବିଶ୍ୱାଳ କହିଥିଲେ ଯେ, ରାଜ୍ୟରେ କ୍ଷମତାସୀନ ନବୀନ ପଟ୍ଟନାୟକଙ୍କ ସରକାରରେ ସାମଗ୍ରିକ ବିକାଶ ପାଇଁ ବିଭିନ୍ନ ଯୋଜନାରେ ବ୍ୟାପକ ଅର୍ଥ ଆସୁଥିବା ବେଳେ ଅନେକ କ୍ଷେତ୍ରରେ ନିର୍ଦ୍ଧିଷ୍ଟ ଗୋଷ୍ଠୀର ଲୋକଙ୍କ ଦୁର୍ନିତିଖୋର କାର୍ଯ୍ୟଧାରା ପାଇଁ ଯୋଜନାର ସଫଳ ରୂପାୟନ ହୋଇ ପାରୁନାହିଁ । ଏ କ୍ଷେତ୍ରରେ ଜନପ୍ରତିନିଧି ଏବଂ ପ୍ରଶାସକମାନେ ନିଜର ଉତରଦାୟୀତ୍ୱ ଏବଂ ନିଷ୍ଠପରତା ନେଇ ସଂକଳ୍ପବଦ୍ଧଭାବେ କାର୍ଯ୍ୟ କରିବା ଉଚିତ । ଗଣତନ୍ତ୍ରର ଖୋଳପା ଭିତରେ ପରିବାରବାଦ ଓ ରାଜତନ୍ତ୍ର ଚଲାଇବାର ମାନସିକତା ଜନପ୍ରତିନିଧିଙ୍କୁ ସ୍ୱେଚ୍ଛାଚାରୀ କରୁଛି ବୋଲି ଅଭିଯୋଗ କରିଥିଲେ । ଏଥିରେ ବରିଷ୍ଠ ସମାଜସେବୀ ବଟକୃଷ୍ଣ ନାୟକ ଯୋଗଦେଇ ସ୍ୱଚ୍ଛ , ନିଷ୍ଠାପର , ଉଦାର ବ୍ୟକ୍ତିତ୍ୱ ଜନପ୍ରତିନିଧି ହେଲେ ଗଣତନ୍ତ୍ର ଓ ଦେଶର ବିକାଶ ହେବ ବୋଲି କହିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଇଂ ହେମନ୍ତ ରାଉତ, ହରିହର ରାଉତ, ଅଶୋକ ସାମଲ, କାହ୍ନୁ ଚରଣ ରାଉତ, କାର୍ତ୍ତିକ ବାରିକ, ମହେନ୍ଦ୍ର ସାମଲ, ବାରେଣୀ ଦଳାଇ, ପବନେଶ୍ୱର ଦଳାଇ, ଶରତ ଚନ୍ଦ୍ର ଗନ୍ତାୟତ, ସର୍ବେଶ୍ୱର ଗନ୍ତାୟତ, ଭରତ ଗନ୍ତାୟତ, ମୀନକେତନ ରାଉତ, ତାପସ ରାଉତ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ପଟୁଣିଆରେ ସାଧାରଣତନ୍ତ୍ର ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ସତୀଶ ବିଶ୍ୱାଳ ଯୋଗ ଦେଇଥିବା ବେଳେ ସତୀଶଙ୍କୁ ଗୋଟିଏ ଶୋଭାଯାତ୍ରାରେ ଆଲୋଚନା ସ୍ଥଳକୁ ନିଆଯାଇଥିଲା ତ ସେଠାରେ ସେ ଜାତୀୟ ପତାକା ଉତୋଳନ କରିବା ସହ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରିଥିଲେ | 21 Share FacebookTwitterGoogle+ReddItWhatsAppPinterestEmail