ଚର୍ଚ୍ଚା :: ଦେଢ ଗୋଡ ବିଜେପିରେ,  ହେଲେ ଜୟଙ୍କ ପେଟେ ଭୋକ ମୁହେଁ ଲାଜ !!!!!!

0

 

 ପଚାରିଲେ କହୁଛନ୍ତି ଭାବିଚିନ୍ତି କହିବି କେଉଁ ଦଳରେ ଯୋଗଦେବି 

ଜାଗୀଙ୍କୁ ପଠାଇ ଉତ୍କଳ ମଣ୍ଡପ, ବୈଜୟନ୍ତ ଗଲେ ସ୍ୱର୍ଗଦ୍ୱାର 

ଏପଟେ “ଦି ଟଲ୍ ମ୍ୟାନ୍  ବିଜୁ ପଟ୍ଟନାୟକ’ ର ଉନ୍ମୋଚନ, ସେପଟେ ଆଉ ଜଣେ  “ଟଲ୍ ମ୍ୟାନ୍’ଙ୍କ ବିଜୁ ବନ୍ଦନ 

ପୁରୀ ରୁ ଅଭିଶେଖ : ଏପଟେ  “ଦି ଟଲ୍ ମ୍ୟାନ୍  ବିଜୁ ପଟ୍ଟନାୟକ’  ଉନ୍ମୋଚିତ ହୋଇଥିବା ବେଳେ ସେଠାକୁ ଯାଇନାହାନ୍ତି ନିକଟରେ ଦଳରୁ ଦଳବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ ହୋଇଥିବା |  ବିଜୁ ବାବୁଙ୍କ ସାଦୃଶ୍ୟ ରଖୁଥିବା ଆଉ ଜଣେ ” ଟଲ୍ ମ୍ୟାନ୍ ‘ ବୈଜୟନ୍ତ ଅତ୍ୟନ୍ତ ଚତୁରତାର ସହ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମଙ୍କୁ ନିଜେ ନଯାଇ ପତ୍ନୀ ଜାଗୀ ମଙ୍ଗତଙ୍କୁ ଉତ୍କଳମଣ୍ଡପ ପଠାଇ ଦେଇ ନିଜେ ସ୍ୱର୍ଗଦ୍ୱାର ଚାଲିଗଲେ | କଲେ ବିଜୁ ବାବୁଙ୍କୁ ଭଲ ପାଉଛି ଓ ବିଜୁବାବୁଙ୍କୁ ଆଦର୍ଶ ବୋଲି କହିଁବୁଲୁଥିବା ବୈଜୟନ୍ତ ଭୁବନେଶ୍ୱରରେ ରହି ବିଜୁବାବୁଙ୍କ  କାର୍ଯ୍ୟକ୍ରମକୁ  ନଯାଇଥିଲେ ଲୋକ ସମାଲୋଚନା କରିଥାନ୍ତେ ! ବିଜୁ ବାବୁଙ୍କୁ ଢାଲ କରି ଆଉ ନବୀନ ନବୀନ ବାବୁଙ୍କୁ ସମାଲୋଚନା କରିପାରିନଥାନ୍ତେ !! ତେଣୁ ଧର୍ମପତ୍ନୀ ତଥା ଓରଟେଲ ଆଉ ଓଟିଭି ର ମାଲିକାଣୀ ଜାଗୀଙ୍କୁ ବିଜୁ ପୁସ୍ତକ ଉନ୍ମୋଚନ ଉତ୍ସବକୁ ପଠାଇ  ଜଗନ୍ନାଥ ଦର୍ଶନରେ ଯାଇ ସ୍ୱର୍ଗଦ୍ୱାର ଠାରେ ଥିବା ବିଜୁ ବାବୁଙ୍କ ସମାଧୀରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ  ! ଦିନେ ପୂର୍ବରୁ ଯାଇଥଲେ କି ଦିନେ ପରେ ଯାଇଥିଲେ କିଛି ବେଦ ଅଶୁଦ୍ଧି ହୋଇ ଯାଇ ନଥାନ୍ତା.| କି ଯେଉଁ ବିଜେପିକୁ ଯିବାକୁ ଏତେ ସବୁ ଆୟୋଜନ ଲଗାତାର ଭାବରେ ସେ କରିଚାଲିଛନ୍ତି ସେଥିରେ ବି କିଛି ଫରକ ପଡ଼ିନଥାନ୍ତା ! ତେଣୁ ପୁରୀ ଜଗନ୍ନାଥ ଦର୍ଶନରେ ଯାଇ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଓ ଅନ୍ୟ ଦଳରେ ଯୋଗ ଦେବା ସମ୍ପର୍କିତ ସାମ୍ବାଦିକଙ୍କ ପ୍ରଶ୍ନକୁ ଚତୁରତାର ସହ ଝୁଲାଇ ରଖିବା ତାଙ୍କର ବିଜେପି ଯିବାପାଇଁ ଗାହଟ କିଛି ମାସହେଲା ଥିବା ମନ ଛନ୍ନଛନ୍ନ ଅବସ୍ଥାକୁ ପ୍ରମାଣିତ କରିଛି | ପ୍ୟାରୀବାବୁଙ୍କ ଦେହାନ୍ତ ପରେ ନିଜକୁ କ୍ଷମତା କେନ୍ଦ୍ର ଭାବେ ପ୍ରତିପାଦିତ କରିବା ପାଇଁ ବୈଜୟନ୍ତ ବାବୁ ଦଳ ଭିତରେ ଉଦ୍ୟମ କରିଥିଲେ | ଯଦିଓ ପୂର୍ବରୁ ସେଭଳି ସେ କରୁଥିଲେ ଦଳ ଭିତରେ ନିଜର ଗୁରୁତ୍ୱ ବଢ଼ାଇବା ପାଇଁ !!! ରାଜ୍ୟର ପ୍ରାୟତଃ ନିର୍ବାଚନ ମଂଡଲୀ ରୁ ବିଧାୟକ ତଥା ହାରିଥିବା ବିଧାୟକ ପ୍ରାର୍ଥୀ ମାନଙ୍କୁ ଡକାଇ ସମାନ୍ତରାଳ ସଂଗଠନ ଚଳାଇଥିଲେ ! ଏପରିକି କେନ୍ଦ୍ରାପରେ ସଂସଦ ହୋଇଥିଲେ ବି କନ୍ଧମାଳ ଓ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଂଚଳ ଗସ୍ତ କରିଉଥିଲେ ! ଖୋଦ କେନ୍ଦ୍ରାପଡା ନିର୍ବାଚନ ମଣ୍ଡଳୀରେ ସବୁ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ନଜରଅନ୍ଦାଜ କଲେ ଓ ଦଳର ସଭପରିଙ୍କ ଦ୍ୱାରା ନିଯୁକ୍ତ ଛାମୁଆ ସଂଗଠନର ନେତାଙ୍କୁ ବାସୀପାଣିରେ ପଚାରିଲେ ନାହିଁ | ତାମାନେ କେନ୍ଦ୍ରାପଡା ଜିଲ୍ଲାର ସବୁ ନେତା ଖରାପ ଆଉ ବୈଜୟନ୍ତ ଏକ ଭଲଥିଲେ ବୋଲି ଧରିନେବାକୁ ହେବ ! 

ପୁରୀଠାରେ ଶ୍ରୀପଣ୍ଡା ସାମ୍ବାଦିକଙ୍କୁ କହିଥିଲେ ଯେ  ସେ ଅପ୍ରିୟ ସତ କଥା କହିଥିବା ଯୋଗୁ ଦଳରୁ ବିଦା ହୋଇଛନ୍ତି  | ତେଣୁ ସେ ଯାହା କହିଛନ୍ତି ସେହି ଆଧାରରେ ବ୍ୟାଖ୍ୟାକାଳେ ସତ ସବୁବେଳେ ଅପ୍ରିୟ | ଆଉ ରାଜନୀତିରେ ଥିବା ଆଜିର ନେତା ମାନେ କେବେଠୁ ସତ କହିବା ଆରମ୍ଭ କଲେଣି ! ୩ /୪ବର୍ଷ ପୂର୍ବ ପର୍ଯ୍ୟନ୍ତ ସବୁ ଭଲା ଥିଲା ବୋଲି ବୈଜୟନ୍ତ କହିଛନ୍ତି  |  ଏବେ ଏବେ ଦଳର ସ୍ଥିତି ଏଭଳି ଅଣଓଡ଼ିଆ ଅଫିସର ହାତକୁ ଚାଲିଗଲା | ମୁଖ୍ୟମନ୍ତ୍ରୀ  ତାଙ୍କ କଥାରେ ପରିଚାଳିତ ହେଲେ !! ଅଚ୍ଛା ଆମର ଜାଣିବା ଆବଶ୍ୟକ ପଡିବ ,,,ମୁଖ୍ୟମନ୍ତ୍ରୀ ଏବେ ଅଫିସରଙ୍କ କଥାରେ ଚାଲିଛନ୍ତି ନ ଆଗରୁ ଚଳୁଛନ୍ତି ବା ଚାଲିଆସୁଛନ୍ତି !!! ଯଦି ତିନି ଚାରିବର୍ଷ ହେଲା ସ୍ଥିତି ଏମିତି ହୋଇଛି ତେବେ ବିଜୁ ବିଚାରମଞ୍ଚ କଲାବେଳେ କଣ ଦାମ ବାବୁ ମିଛ କହିଥିଲେ ! ଦଳରୁ ବହିସ୍କୃତ ହେବ ପୂର୍ବରୁ ପ୍ରଫୁଲ୍ଲ ଘଡେଇ କଣ ମିଛନ କହୁଥିଲେ !!!! ୨୦୦୯ ମସିହା ନିର୍ବାଚନ ପୂର୍ବରୁ ସ୍ବର୍ଗତ ସଂସଦ ପ୍ୟାରୀବାବାବୁ କଣ ମିଛ କହିଥିଲେ !!!!! ସେମାନେ ଯେତେବେଳେ  ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କହୁଥିଲେ ବୈଜୟନ୍ତ କେବେ ସେମାନଙ୍କୁ ସମର୍ଥନ କରିନଥିଲେ | ବରଂ ଏମାନଙ୍କ ମନ୍ତବ୍ୟକୁ ପରୋକ୍ଷ ଓ ପ୍ରତ୍ୟକ୍ଷ  ଭାବେ ବିରୋଧ କରିଥିଲେ | ପ୍ୟାରୀ ବାବୁ ଯେତେବେଳେ କହିଲେ ନବୀନ ବାବୁଙ୍କୁ ଯେ …ଘୋଡ଼ାକୁ ଲଗାମ ଦିଅନ୍ତୁ , ସେତେବେଳେ ବୈଜୟନ୍ତ ବାବୁ ସେଇ ଅଫିସରରାଜ ବିରୋଧ କରିବା ବଦଳରେ ସେଇ ଅଫିସରଙ୍କୁ ପରୋକ୍ଷ ସମର୍ଥନ ଦେଲେ ! ଆଉ ଯାହାକି ପରବର୍ତୀ ପର୍ଯ୍ୟାୟରେ ପ୍ୟାରୀବାବୁଙ୍କୁ ଦଳରୁ ବାହାର କରିବା ପାଇଁ ପାଠ ସୁଗମ କଲା | ତେଣୁ ବୈଜୟନ୍ତ ବାବୁ କହିଛନ୍ତି ଅଫିସରରାଜ ଚାଲିଛି, ପ୍ୟାରୀବାବୁ ବି ସେୟା କହିଥଲେ ! ଦାମ ବାବୁ ଓ ପ୍ରଫୁଲ୍ଲ ବାବୁ ମଧ୍ୟ ନବୀନ ବାବୁ ଅଫିସରଙ୍କ ଉପରେ ନିର୍ଭରଶୀଳ ବୋଲି କହିଥିଲେ ! ଆଉ ସମସ୍ତେ ଜାଣିଛନ୍ତି ନବୀନ ବାବୁ ଯୁଗେ ଯୁଗେ ଯୁଗେ ପରାମର୍ଶ ରେ କାମ କରନ୍ତି | କେତେବେଳେ ବିଜୟ ମହାପାତ୍ର, କେତେବେଳେ ବେଣୁ ମିଶ୍ର, କେତେବେଳେ ପ୍ୟାରୀ ମହାପାତ୍ର ତା କେତେବେଳେ ବିଜୟ ପଟ୍ଟନାୟକ ତା କେତେବେଳେ ପାଣ୍ଡିଆନ | ତେଣୁ ସବୁବେଳେ ଅଫିସରଙ୍କ ପରାମର୍ଶରେ ଚାଲିଥିବା ବେଳେ ଆଗରୁ ବୈଜୟନ୍ତ ବାବୁ ଯାଇଥିଲେ କୁଆଡେ ? ଏତେଦିନ ହେଲା ଯାହା ନବୀନ ବାବୁ ଓ ସରକାରଙ୍କ ବିଷୟରେ କହୁଥିଲେ ତାହା କଣ ପ୍ରିୟ ବା ଚିକ୍କଣ ମିଛ, ଯଦି ଆଜି ଯାହା କହୁଛନ୍ତି ଅପ୍ରିୟ ସତ !!!!!! ଅପ୍ରିୟ ସତ କହି ଦଳରୁ ନିଲମ୍ବିତ ହୋଇଥିବା ବୈଜୟନ୍ତ କହୁଥିବା ବେଳେ, ଆଜ ପର୍ଯ୍ୟନ୍ତ ଯାହା କହି ଆସୁଥିଲେ ତାହା ମିଛ କହୁଠୁଥିଲେ, ନିଜ ମତଲବ ପାଇଁ | ନିଜ ସ୍ୱାର୍ଥ ହାନି ହେଲା ବୋଲି ଅପ୍ରିୟ ସତଟି ବୋଧହୁଏ କହିବାକୁ ଇଛା ପ୍ରକାଶ କଲେ !!!!!  

ସେ କହିଥିଲେ ଯେ ପୂର୍ବରୁ ଦଳ ଠିକ୍ ଭାବେ ଚାଲିଥିଲା  । ୩/୪ ବର୍ଷ ହେଲା ଦଳ ପରିଚାଳନାରେ ବିଚ୍ୟୁତି ଘଟିଛି । ସେଥିରେ ସାମ୍ବିଧାନିକ ନୀତି ଠିକ୍ ନାହିଁ । ଏହାକୁ କିଛି ବରିଷ୍ଠ  ନେତା ମାନେ ଅନୁଭବ କରିଥିଲେ ମଧ୍ୟ ପ୍ରକାଶ କରିପାରୁନଥିଲେ । କେଉଁ ଦଳରେ ଯୋଗ ଦେବି ପରେ ନିଷ୍ପତ୍ତି  ନେବି । ମୁଁ ବିଜୁ ବାବୁଙ୍କ ଆଦର୍ଶକୁ ସମର୍ଥନ ଓ ସମ୍ମାନ କରେ ।  ସାମ୍ବାଦିକ ମାନଙ୍କର ବିଜେପିରେ ଯୋଗ ଦେବା ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ ଏଦିଗରେ ମୁଁ ଚିନ୍ତା କରିବି । ହେଲେ ଚିନ୍ତା କରିବେ କଣ, ସେ ପାଣିପାଗ ଦେଖି କେବେଠୁ ମନସ୍ଥ କରିସାରିଲେଣି ବିଜେପିକୁ ଯାଇ ନିଜ ଏମପି ପଦବୀ ଟି ସୁରକ୍ଷିତ ରହିବେ | ଆଉ ସେ ଦିଲ୍ଲୀ ଲେବୁଲରୁ କଥାବାର୍ତ୍ତା ସାରିଦେଇଛନ୍ତି !

ସମସ୍ତେ ଜାଣିଛନ୍ତି ଓଡିଶା ରାଜନୀତିରେ ବ୍ୟବସାୟୀ ରାଜନେତା ଭାବେ ପରିଚିତ ବୈଜୟନ୍ତ ପଣ୍ଡା  । ଆଉ ତାଙ୍କର ରାଜନୀତି ବ୍ୟବସାୟ ଉପରେ ଆଧାରିତ, କିଏ ମାନନ୍ତୁ ବା ନମାନନ୍ତୁ । ରାଜ୍ୟବାସୀଙ୍କ ରାଜସ୍ୱରୁ ୨୩୦୦କୋଟି ଟଙ୍କା ଋଣ ଛାଡଠାରୁ ଆରମ୍ଭ କରି ବିଦ୍ୟୁତ ଦେୟ ଛାଡ, କୋଲବ୍ଳକ୍ ରାଜ୍ୟ ସରକାରଙ୍କ ସୁପାରିଶ ବା କୋଲ୍ ଲିଙ୍କେଜ୍ ଆଦି  କ୍ଷେତ୍ରରେ ପାଇଆସିଛନ୍ତି ଅଯାଚିତ ସୁବିଧାସୁଯୋଗ  । ଆଉ ବୈଜୟନ୍ତଙ୍କ ବଳବୃଦ୍ଧିରେ ସହାୟକ ହୋଇଛନ୍ତି ନବୀନ ପଟ୍ଟନାୟକ  । ରାଜ୍ୟସଭା ପଠାଇ ଓ ଲୋକସଭା ପଠାଇ ତାଙ୍କୁ ମାରାଥନ ସାଂସଦ ହେବାରେ ପ୍ରଚ୍ଛନ୍ନ ଆଶିର୍ବାଦ ରହିଛି ନବୀନ ବାବୁଙ୍କର  । ଆଉ ବୈଜୟନ୍ତଙ୍କ ପରିବାରର ଏକଚାଟିଆ କେବୁଲ ବିଜିନେସକୁ ଅଯାଚିତ ଭାବେ ନବୀନ ସରକାର ‘ନିଜର ୱାନ ପୋଲ୍ ୱାନ୍ କେବୁଲ’ ନିୟମ ଆଧାରରେ ଅନୁକମ୍ପା ଅଜାଡିଦେଲେ  । ଆଉ ସେତେବେଳେ ଓଟିଭିକୁ ପଛରେ ପକାଇ ଲୋକପ୍ରୀୟତାର ଶୀର୍ଷକୁ ଚାଲିଯାଇଥିବା ଇ-ଟିଭିକୁ କେବୁଲ ଟାଣିବାକୁ ସୁଯୋଗ ଦେଲେ ନାହିଁ, ଆଉ କେବୁଲ ସଂସ୍ଥାର ଦାଦାଗିରିକୁ ସେତେବେଳେ ନବୀନ ବାବୁଙ୍କ ପୋଲିସ, ଗୃହ ବିଭାଗ, ଶକ୍ତି ବିଭାଗ ଅନ୍ଧଭଳି ସମର୍ଥନ କଲେ । ବୈଜୟନ୍ତଙ୍କ ପରିବାରର ବ୍ୟବସାୟିକ ସାମ୍ରାଜ୍ୟକୁ ଏତେ ମାତ୍ରାରେ ଅନ୍ଧ ସମର୍ଥନ ଦେଲେ ଯେ ତାଙ୍କର ଶକ୍ତି ଅହେତୁକ ଭାବେ ବୃଦ୍ଧି ପାଇଲା  । ନହେଲେ ଯଦି ନବୀନ ବାବୁ ବୈଜୟନ୍ତଙ୍କ ପ୍ରେମରେ ଅନ୍ଧ ନହୋଇ  ଯଦି ଇଟିଭିକୁ କେବୁଲ ଟାଣିବାକୁ ସୁଯୋଗ ଦେଇଥାନ୍ତେ ତେବେ ଆଜି ବୈଜୟନ୍ତ ଏପରି  ନବୀନ ବାବୁଙ୍କୁ ବା ତୃତୀୟ ମହଲାକୁ ଧମକାଉନଥାନ୍ତେ କି ତାଙ୍କ ପରିବାରମାଲିକାନାରେ ଥିବା କେବୁଲ ଟର୍ଣ୍ଣଡ୍ ସାଟେଲାଇଟ୍ ଟିଭି ଚାନେଲ ନବୀନ  ସରକାରକୁ  ଏକତରଫା  କରିବା ସମାଲୋଚନା କରିବା ପାଇଁ ଯୋଜନା କରୁନଥାଆନ୍ତେ ।   ନିଜକୁ ବହୁତ ବଡ ନେତା ବୋଲି କହି ବୁଲୁଥିବା ବୈଜୟନ୍ତ ବାବୁ ନବୀନ ବାବୁଙ୍କୁ ସିଧାସଳଖ ସମାଲୋଚନା କରିବାର ସାହସ ସଞ୍ଚୟ କରିପାରୁନାହାନ୍ତି । ତଥାପି ପାଣ୍ଡୁଲିପି ଲେଖା ଚାଲିଛି, ବାଇଟ ଦେବେ ଥର ଥର କରି ବିଜେପୁର ନିର୍ବାଚନ ପୂର୍ବରୁ ବିଜେଡ଼ିକୁ କ୍ଷତି ପହଂଚାଇବାପାଇଁ | ଗୋଟିଏ କଥା ସତ ଯେ ନବୀନ ବାବୁ ପାଣ୍ଡିଆନଙ୍କ ଭଳି ଜଣେ କନିଷ୍ଠ ଅଧିକାରୀଙ୍କ ଉପରେ ଭରସା କରିପାରୁଛନ୍ତି….ହେଲେ ବୈଜୟନ୍ତଙ୍କ ଭଳି ବରିଷ୍ଠ ନେତାଙ୍କୁ ଭରସା କରିପାରୁନାହାନ୍ତି  । ତେଣୁ ବିଜେପି ଯିବା ପୂର୍ବରୁ ବିଜେଡ଼ିକୁ ବଦ୍ନାମ କରିବା ପାଇଁ ସେ କୌଣସି କସର ଛାଡ଼ିବେ ନାହିଁ

ବୈଜୟନ୍ତଙ୍କ ଭଳି ରାଜନେତାଙ୍କୁ ଗୋଡେଗୋଡେ ଚିହ୍ନିଛନ୍ତି ନବୀନ ବାବୁ । ଆମେ ଏଠି ଗୋଟିଏ କଥା ମନେ ପକାଇଦେଇପାରୁ ଯେ ଆଜି ବୈଜୟନ୍ତ ଯେଉଁ ଅଫିସର ରାଜ୍ କଥା କହୁଛନ୍ତି  ସେକଥା ଆଜି ନୂଆ ନୁହେଁ  । ଏଭଳି ଅଭିଯୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ବି ତାଙ୍କ ଦଳର ସାଂସଦ ମାନେ ଆଣିଛନ୍ତି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବି କିଛି ଅଫିସର ଓ ଅବସରପ୍ରାପ୍ତ ଗୁଜୁରାଟ କ୍ୟାଡର ଅଫିସରଙ୍କୁ ତାଙ୍କ କାର୍ଯ୍ୟାଳୟ ବା ତାଙ୍କ ରାଜନୈତିକ ବ୍ୟାପାର ସୁପରିଚଳାନା ପାଇଁ ନିୟୋଜିତ କରିଛନ୍ତି  । ତେବେ ପ୍ରଧାନମନ୍ତ୍ରୀ କଣ କିରାଣି(ବଡ କିରାଣି)ଙ୍କ କଥାରେ ଚାଲୁଛନ୍ତି ବୋଲି ଲୋକମାନେ କହିପାରନ୍ତି  !!!! ସିବିଆଇକୁ ପ୍ରଧାନମନ୍ତ୍ରୀଙ୍କ ଦପ୍ତରର ଜଣେ ଅଧିକାରୀ ପରିଚାଳନା କରୁଛନ୍ତି ବୋଲି କହିବା !! 

ହେଲେ ଗୋଟିଏ କଥା, ଯୁଗେ ଯୁଗେ ଜୟଚନ୍ଦ୍ର ସନ୍ଦେହରେ ଥାନ୍ତି ! ଆଉ ସେମାନଙ୍କ ଅବସ୍ଥା ସେଇ ଗର୍ଭନିରୋଧକ ବେଲୁନ ଭଳି ! ୟୁଜ ଆଣ୍ଡ ଥ୍ରୋ !

Leave A Reply

Your email address will not be published.