ଓଡ଼ିଶାବାସୀଙ୍କୁ ସୁରକ୍ଷା ଯୋଗାଇବାରେ ନବୀନ ସରକାର ବିଫଳ – ଅରୁଣ ସିଂହ

0

ଓଡ଼ିଶାରେ ବିଜେପି ଆସିବ ବିଜେଡ଼ି ବିଦାୟ ନେବ ବୋଲି ନବୀନ ଜାଣି ସାରିଛନ୍ତି

ମୟୂରଭଞ୍ଜ ଜିଲାର ୯ଟି ବିଧାନସଭା ସହିତ ଲୋକସଭା ଆସନକୁ ଦଖଲ କରିବ

ଓଡ଼ିଶା ମିଶନ ୧୨୦+ ଅତିକ୍ରମ କରି ସରକାର ଗଠନ କରିବା ନିଶ୍ଚିତ 

ବାରିପଦାରୁ ଦିଲ୍ଲୀପ ମହାନ୍ତି – ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ତଥା ମୟୂରଭଞ୍ଜବାସୀଙ୍କୁ ସୁରକ୍ଷା ଯୋଗାଇ ଦେବା ସାଙ୍ଗକୁ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି ବୋଲି ବିଜେପିର ସର୍ବ ଭାରତୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂ ବାରିପଦା ବଜାର ଇଣ୍ଡିଆ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇଛନ୍ତି । ବିଶେଷକରି ୨୦୦୮ରେ ମୁଖ୍ୟମନ୍ତ୍ରୀ ନବୀନବାବୁ  ବାରିପଦା ସହରବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇବା ନିମନ୍ତେ  ତାଙ୍କର ଜମ୍ଭୀରା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣର ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି । ଏହି ପ୍ରକଳ୍ପ ନିର୍ମାଣ ନିମନ୍ତେ ଖୁବ ବେଶୀରେ ୨ ବର୍ଷ ଲାଗି ଥାନ୍ତା । ଏହା ମଧ୍ୟରେ ୧୦ ବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ପ୍ରକଳ୍ପ ନିର୍ମାଣକାର୍ଯ୍ୟ ଆରମ୍ଭ ହୋଇପାରିଲା ନାହିଁ । ମାତ୍ର ଉକ୍ତ ପାନୀୟ ଜଳେଯାଗାଣ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ବଦଳରେ ଜିଲାବାସୀଙ୍କୁ ଦେଶୀ ମଦ ଯୋଗାଇବାରେ ସଫଳ ହୋଇଛନ୍ତି । ଯାହାଫଳରେ ଏହି ଦେଶୀ ମଦ ପିଇ ଜିଲାର ଗରୀବ ଆଦିବାସୀମାନେ ରୋଗଗ୍ରସ୍ତ ହେଉଛନ୍ତି, ପ୍ରତ୍ୟେକ ପରିବାରରେ ଅଶାନ୍ତି ବୃଦ୍ଧି ପାଇଛି । ସେମାନଙ୍କ ନିକଟରୁ ରୋଜଗାଉକୁ ଛଡ଼ାଇ ନିଆଯାଉଛି । ମହିଳାମାନେ ପ୍ରତିବାଦ ଜଣାଇବାରୁ ସେମାନଙ୍କ ନାମରେ ମିଥ୍ୟା ଡ଼କାୟତି ମାମଲା ରୁଜୁ କରାଯାଇ ଜେଲ ପଠାଇ ଦିଆଯାଉଛି । ମନ୍ତ୍ରୀ, ବିଧାୟକ ଓ ସରକାରୀ କର୍ମଚାରୀ ମଦ ମାଫିଆମାନଙ୍କୁ ନିଜର ସ୍ୱାର୍ଥ ସାଧନ ନିମନ୍ତେ ସୁରକ୍ଷା ଯୋଗାଇ ଆସୁଛନ୍ତି ।  ସେହିପରି ବାରିପଦା ଆୟୁର୍ବେଦିକ ମହାବିଦ୍ୟାଳୟକୁ ସରକାରୀ ମହାବିଦ୍ୟାଳୟରେ ପରିଣତ କରାଇବାର ଘୋଷଣା କରିଥିଲେ ମଧ୍ୟ ଆଜି ମହାବିଦ୍ୟାଳୟଟି ତାଲା ଝୁଲିବା ଅବସ୍ଥାରେ ରହିଅଛି । ପୁଣି କରଞ୍ଜିଆ ଦେଓନଦୀ ଜଳସେଚନ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ନବୀନ ସରକାରଙ୍କ ଭଳି ମନ୍ଥର ଗତିରେ ଅଗ୍ରସର ହେଉଛି । ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏହି ଅଳ୍ପ ଦିନ ପୂର୍ବେ ବାରିପଦା ସହରରେ ଗୁଳି ଚଳାଇ ଏକ ଯୁବ ବ୍ୟବସାୟୀକୁ ହତ୍ୟାକରାଯାଇ ଥିଲେ ମଧ୍ୟ ପୁଲିସ ଅପରାଧୀମାନଙ୍କୁ ଧରିବାରେ ବିଫଳ ହୋଇଛି ଏବଂ ଅପରାଧୀ ପୁଲିସ ସମ୍ମୁଖରେ ଘୁରିବୁଲୁଛି । ଜାମଦା ବ୍ଲକର ଡ଼ୁମୁରିଆ ଗ୍ରାମରେ ବୋମା ମାଡ଼ ଭଳି ଅଭାବନୀୟ ଘଟଣା ଘଟିଚାଲିଥିବା ବେଳେ ପୁଲିସ ନିରବଦ୍ରଷ୍ଟା ସାଜିବସିଛି । ଓଡ଼ିଶାରେ ବିଜେଡ଼ି ସରକାରରେ ଶାସନ ବ୍ୟବସ୍ଥା ଫିରିଙ୍ଗି ଶାସନକୁ ବଳିପଡ଼ିଛି । ସମସ୍ତ ସରକାରୀ କର୍ମଚାରୀମାନଙ୍କୁ ନବୀନ ନିଜର ଚାଟୁକାର ଭାବେ ବ୍ୟବହାର କରୁଛି । ଗ୍ରାମପଞ୍ଚାୟତସ୍ତରରେ  ପଞ୍ଚାୟତ ଅଧ୍ୟକ୍ଷ ଓ ସଦସ୍ୟମାନଙ୍କୁ ବିଭିନ୍ନ ଦଳୀୟ କାର୍ଯ୍ୟରେ ବ୍ୟବହାର କରିଆସୁଥିବାରୁ ସେମାନେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସଠିକ ଭାବେ ସମ୍ପାଦନ କରିପାରୁ ନ ଥିବାର ଅଭିଯୋଗ ହସ୍ତଗତ ହୋଇଛି । ନବୀନ ସରକାରରେ ରାଜ୍ୟରେ ଗୁଣ୍ଡାରାଜ ଚାଲିଛି । ବିଭିନ୍ନ ସ୍ଥାନରେ ବିଜେପି ଉପରେ ଆକ୍ରମଣ ହେଉଛି । ବିଜେପି ଭାରତର ୧୯ଟି ରାଜ୍ୟ ଅର୍ଥାତ ସମଗ୍ର ଭାରତର ୬୫ ପ୍ରତିଶତ ଅଞ୍ଚଳରେ ଶାସନରେ ରହିଥିଲେ ମଧ୍ୟ କୌଣସି ରାଜ୍ୟରେ ଜିଲାପ୍ରଶାସନକୁ ରାଜନୀତି ମଧ୍ୟକୁ ଆଣି ନଥିବା ବେଳେ ନବୀନ ସରକାରୀ ଅଧିକାରୀ ରାଜନୀତି କରଣକୁ ପ୍ରଶ୍ରୟ ଦେଇଛନ୍ତି । ୨୦୧୯ ନିର୍ବାଚନରେ ଓଡ଼ିଶାରେ ବିଜେପି ଆସିବ ବିଜେଡ଼ି ବିଦାୟ ନେବ ବୋଲି ନବୀନ ଜାଣି ସାରିଛନ୍ତି । ସମସ୍ତ ଆସନ ଜିଣି ବିଧାସନସଭା ଦଖଲ କରିବ ଏବଂ ବିଜେପି ତାର ଓଡ଼ିଶା ମିଶନ ୧୨୦+ ଅତିକ୍ରମ କରିବା ସଂଗେସଂଗେ ମୟୂରଭଞ୍ଜ ଜିଲାର ୯ଟି ବିଧାନସଭା ସହିତ ଲୋକସଭା ଆସନକୁ ଦଖଲ କରି ସରକାର ଗଠନ କରିବ । ଏହି ସମୟରେ ରାଜ୍ୟରେ ରାମରାଜ୍ୟ ମାଧ୍ୟମରେ ଓଡ଼ିଶାବାସୀଙ୍କୁ ସୁଶାସନ ପ୍ରଦାନ କରିବ ବୋଲି ବିଜେପିର ସର୍ବଭାରତୀୟ ସାଧାରଣ ସମ୍ପାଦକ ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂହ ଖବରଦାତା ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂନା ଦେଇଥିଲେ । ଏହି ସମୟରେ ବିଜେପିର ରାଜ୍ୟ ଉପସଭାପତି ରାଜ କିଶୋର ଦାସ, ମୟୂରଭଞ୍ଜ ପୂର୍ବ ଜିଲା ସଭାପତି ଡ଼ା କୃଷ୍ଣ ଚନ୍ଦ୍ର ମହାପାତ୍ର, ମୟୂରଭଞ୍ଜ ପ୍ରଭାରୀ ତଥା ନିଳଗିରିର ପୂର୍ବତନ ବିଧାୟକ ପ୍ରତାପ ଷଢ଼ଙ୍ଗୀ, ପ୍ରବକ୍ତା ତଥା ବରିଷ୍ଠ  ନେତା ଜୀବନ ସାହୁ, ଜିଲାପରିଷଦ ସଭାପତି ସୁଜାତା ମୁର୍ମୁ, ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ ପ୍ରମୁଖ ମଞ୍ଚାସୀନ ରହିଥିବା ବେଳେ ଉଦଳାର ପୂର୍ବତନ ବିଧାୟକ ଭାସ୍କର ମଢେ଼ଇ, ମଳୟ କୁମାର ଜେନା, ନାରାୟଣ ପଟ୍ଟନାୟକ, ପରେଶ ମହାନ୍ତ, ପ୍ରଦୀପ ମହାନ୍ତି, ଏମଡ଼ି ଅମିରୁଦ୍ଧିନ ପ୍ରମୁଖ ଶତାଧିକ ବିଜେପିର ନେତା ଉପସ୍ଥିତ ରହିଥିଲେ ।

 

Leave A Reply

Your email address will not be published.