ହାଇୱା ସଂସ୍ପର୍ଶରେ ଲାଗି ଛିଣ୍ଡିଲା୧୧କେଭି ବିଦ୍ୟୁତ ତାର

0

ବୌଦ୍ଧ : ବୌଦ୍ଧ ଜିଲ୍ଲା ସୁରୁଣ୍ଡି ଗ୍ରାମଦେଇ ଯାଇଥିବା ଜଗନ୍ନାଥ ସଡକ ରେ ଶନିବାର ସକାଳ ପ୍ରାୟ ୯ଟା ବେଳେ ରାସ୍ତାକାମ କରୁଥିବା ଏକ ହାଇୱା ସଂସ୍ପର୍ଶରେ ଆସି ଉପରେ ଯାଇଥିବା ୧୧ କେଭି ବିଦ୍ୟୁତ ତାର ଛିଣ୍ଡିଯାଇ ଅତି ବିପଦ ଜନକ ଭାବେ ରାସ୍ତା ଓ ହାଇୱା ଉପରେ ପଡିଥିବା ଦେଖାଯାଇଛି।ଅନ୍ୟପଟେ ଏଥିଯୋଗୁଁ ରାସ୍ତାର କିଛିଦୂର ରେ ଥିବା ଏକ ବିଦ୍ୟୁତ ପୋଲ ମଧ୍ୟ ଭାଙ୍ଗି ଯାଇଥିବାଦେଖିବାକୁ ମିଳିଛି।ସୌଭାଗ୍ୟକୁ ଏହି ସମୟ ରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବାରୁ ହାଇୱା ଚାଳକ ଓ ହେଲ୍ପର ସମେତ ସେହି ସମୟରେ  ରାସ୍ତାରେ କାମକରୁଥିବା ଶ୍ରମିକ ଅଳ୍ପକେ ବଡଧରଣର ଅଘଟଣ ରୁ ବର୍ତ୍ତି ଯାଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ ଙ୍କ ଠାରୁ ଜଣାଯାଇଛି।ପ୍ରାପ୍ତ ସୂଚନା ଅନୁଯାଇ ଧଳପୁର ଠାରୁ ହରଭଙ୍ଗା ଜଗନ୍ନାଥ ସଡକ ର ଉର୍ଣ୍ଣତିକରଣ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଚାଲିଥିବା ପିଏମଜିଏସୱାଇ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଏକ ହାଇୱା ରାସ୍ତାକଡରେ ମାଟି ପକାଇବା ପାଇଁ ଡ଼ମ୍ପର ଟେକୁଥିବା ସମୟରେ ଏଭଳି ଅଘଟଣ ଘଟିଥିଲା।ରାସ୍ତା ଉପରେ ୧୧କେଭି ବିଦ୍ୟୁତ ତାର ଯାଇଥିବାରୁ ସତର୍କତାର ସହିତ କାର୍ଯ୍ୟନକରି ହାଇ ୱା ଚାଳକ ବେପରୁଆ ଭାବେ କାମ କରିବାରୁ ଏପରି ଘଟଣା ଘଟିଲା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।ଏହି ଘଟଣା ପରେ ଜଗନ୍ନାଥ ସଡକ ଦେଇ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ ହେବାଯୋଗୁଁ ରାସ୍ତା ର ଉଭୟ ପାର୍ଶ୍ଵରେ ଅନେକ ଗୁଡିଏ ଯାନବାହନ ଅଟକି ରହିଥିବା ଦେଖିବାକୁ ମିଳିଥିଲା।ବିଦ୍ୟୁତ ପୋଲଟି ଭାଙ୍ଗି ପଡ଼ିଥିବାରୁ ସୁରୁଣ୍ଡି ଓ ସମଲପୁର ଗ୍ରାମକୁ ବିଦ୍ୟୁତ ସେବା ଯୋଗାଣ ବ୍ୟାହତ ହେବା କାରଣରୁ ଉଭୟ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି |

Leave A Reply

Your email address will not be published.