ବେଲଗୁଣ୍ଠା,-୨୯/୧୧,-(ଶିବରାମ ଚୌଧୁରୀ )-କ୍ଷେତ୍ରୀୟବାରାପୁର ଯୁବ ରେଡକ୍ରସ୍ ଆନୁକୁଲ୍ୟରେ ମହାବିଦ୍ୟାଳୟ ସ୍ତରୀୟ ସଡ଼କ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ। ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟ ରେ ଗଂଜାମ ଜିଲ୍ଲା ସ୍ତରୀୟ ମହାବିଦ୍ୟାଳୟ ର ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ମାନଙ୍କ ପାଇଁ ଏକ ଦିନିକିଆ ସଡ଼କ ସୁରକ୍ଷା ପ୍ରଶିକ୍ଷଣ ଶିବିର ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡଃ ଗିରୀଧର ନାୟକ ଙ୍କ ପୋରୋହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି। ଯୁବ ରେଡକ୍ରସ୍ ଦ୍ବାରା ଆୟୋଜିତ ସଡ଼କ ସୁରକ୍ଷା ପ୍ରଶିକ୍ଷଣ ଶିବିର କୁ ଭଂଜନଗର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ମୋଟର ଯାନ ନୀରିକ୍ଷକ କିଶୋର କୁମାର ଦେ ଉଦଘାଟନ କରିଥିବାବେଳେ ମୂଖ୍ୟ ଅତିଥି ଭାବେ ଗଂଜାମ ଜିଲ୍ଲା ଯୁବ ରେଡକ୍ରସ୍ ର ଉପଦେଷ୍ଟା ତଥା ପ୍ରାକ୍ତନ ଜିଲ୍ଲା ସଂଯୋଜକ ବି ଗୋବିନ୍ଦା ରାଓ ଯୋଗଦେଇ ସଡ଼କ ସୁରକ୍ଷା ର ମୁଖ୍ୟ ସୋପାନ ରକ୍ଷକ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସମ୍ମାନିତ ଅତିଥି ରୂପେ ଯୁବ ରେଡକ୍ରସ୍ ର ପୂର୍ବତନ ପରାମର୍ଶଦାତା ଲୋକନାଥ ମହାନ୍ତି ଯୋଗଦେଇ ସଡ଼କ ସୁରକ୍ଷା ର ବିଭିନ୍ନ ଦିଗ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ। ଉଦଯାପନ ଉତ୍ସବ ରେ ସମ୍ମାନିତ ଅତିଥି ଭାବେ ଯୁବ ରେଡକ୍ରସ୍ ଗଂଜାମ ଜିଲ୍ଲା ସଂଯୋଜକ ଡଃ ଜଗଦିଶ ପାଲ ଏବଂ ଗାଙ୍ଗପୁର ଥାନା ଅଧିକାରୀ ବନବିହାରୀ ପ୍ରଧାନ ଯୋଗଦେଇ ସଡ଼କ ସୁରକ୍ଷା ର ଆବଶ୍ୟକତା ଏବଂ ଏହାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ପ୍ରଶିକ୍ଷଣ ଶିବିରାର୍ଥୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଉକ୍ତ ଶିବିର ରେ ଗଂଜାମ ଜିଲ୍ଲାର ୧୫ ଟି ମହାବିଦ୍ୟାଳୟ ର ଯୁବ ରେଡକ୍ରସ୍ ସ୍ବେଚ୍ଛାସେବୀ ଏବଂ ପରାମର୍ଶଦାତା ଅଂଶଗ୍ରହଣ କରିଥିଲେ। ଯୁବ ରେଡକ୍ରସ୍ ପରାମର୍ଶଦାତା ଡ଼ଃ ସଂଜୀବ କୁମାର ଦାସ ଙ୍କ ସଂଯୋଜନା ରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିର କୁ ମହାବିଦ୍ୟାଳୟ ର ପ୍ରଶାସନିକ ଅଧିକାରୀ ଡ଼ଃ ଇ ରବିନାରାୟଣ ପାତ୍ର ପରିଚାଳନା କରିଥିବାବେଳେ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ମାନେ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.