ବେଲଗୁଣ୍ଠା, ୨୯/୧୧:-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ଶିବିର ଓ କନ୍ୟା ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସନ୍ଧ୍ୟାରାଣୀ ପାଢ଼ୀ ଯୋଗଦେଇ କନ୍ୟାମାନଙ୍କ ସର୍ବାଙ୍ଗୀନ ବିକାଶ, ଆତ୍ମନିର୍ଭରଶୀଳତା ଓ ବ୍ୟକ୍ତିତ୍ୱ ଗଠନ ଉପରେ ମାର୍ଗଦର୍ଶନ କରିଥିଲେ। ସମ୍ମାନିତ ଅତିଥି ଭାବେ ଶ୍ରୀ ଜଗଦୀଶ ଡାକୁଆ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ପଦ୍ମିନୀ ଡାକୁଆ ଯୋଗଦେଇଥିଲେ।ଶିଶୁ ଶିବିରରେ ପ୍ରାକ୍-ପ୍ରାଥମିକ, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀର ମୋଟ ୧୮୧ ଜଣ ଶିଶୁ ଭାଇଭଉଣୀ ଅଂଶଗ୍ରହଣ କରିଥିବାବେଳେ କନ୍ୟା ଶିବିରରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୫ ଜଣ ଛାତ୍ରୀ ଯୋଗଦେଇଥିଲେ। ଏହି ଅବସରରେ ଝୋଟି, ସଙ୍ଗୀତ, ଶାଢ଼ି ପିନ୍ଧିବା ଓ ଅଳତା ଲଗାଇବା ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ପ୍ରଧାନ ଆଚାର୍ଯ୍ୟ ସନ୍ତୋଷ କୁମାର ବିଷୋୟୀ ଅତିଥି ପରିଚୟ ପ୍ରଦାନ ସହ ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ଅନୁଷ୍ଠାନର ଉପଦେଷ୍ଟା ରବୀନ୍ଦ୍ରନାଥ ରଥ ଓ ସମ୍ପାଦକ ପବିତ୍ର କୁମାର ସାହୁଙ୍କ ଉପସ୍ଥିତିରେ ପୁରସ୍କାର ବିତରଣ ଉତ୍ସବ ହୋଇଥିଲା। ଏଥିରେ ଯୁବ ସାମ୍ବାଦିକ ଶିବରାମ ଚୌଧୁରୀ ଓ ନାରାୟଣ ପଣ୍ଡା ଅତିଥି ଭାବେ ଯୋଗଦେଇଥିଲେ।ବରିଷ୍ଠ ଗୁରୁମା ଗୀତାଞ୍ଜଳୀ ଉଦଗାତା ଧନ୍ୟବାଦ ଅର୍ପଣ କରିଥିଲେ। ବିଦେଶିନୀଗୁରୁମାଙ୍କ ସମେତ କୈଳାସ ଗୁରୁଜୀ, ପ୍ରଫୁଲ୍ଲ ଗୁରୁଜୀ, ଲକ୍ଷ୍ମଣ ଗୁରୁଜୀ, ରାଜୀବ ଗୁରୁଜୀ, ଦୀପ୍ତି, ପ୍ରଣିତା, ମିନତି, ଶ୍ରୀନିବାସି ମଧୁ,କଳ୍ପନା,ନିରୁ ଗୁରୁମା ,ରିଙ୍କି ଗୁରୁମା, ପ୍ରିୟଙ୍କା,ଜୟନ୍ତୀ, ମାଧୁରୀ ଓ ମମତା ଗୁରୁମାଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏଥିସହ ଶିଶୁ ଭାଇଭଉଣୀମାନଙ୍କୁ ନେଇ ଭଞ୍ଜନଗରସ୍ଥିତ ଶ୍ରୀ ବେଲେଶ୍ୱର ମନ୍ଦିର ଓ ଝଙ୍କାରେଇ ମନ୍ଦିର ପରିଦର୍ଶନର ବ୍ୟବସ୍ଥା ମଧ୍ୟ କରାଯାଇଥିଲା।