ଝାଡ଼ଖଣ୍ଡି ହାତୀ ଆକ୍ରମଣରେ ବିଧବା ମହିଳା ମୃତ

0 1

ବାରିପଦା(ଦିଲ୍ଲୀପ ମହାନ୍ତି )- ପ୍ରତ୍ୟେକ ବର୍ଷ ପୂର୍ବ ମୟୂରଭଞ୍ଜରେ ଝାଡ଼ଖଣ୍ଡ ରାଜ୍ୟ ଦଲମା ଜଙ୍ଗଲରୁ ପଶ୍ଚିମବଙ୍ଗ ରାଜ୍ୟ ଦେଇ ପ୍ରବେଶ କରୁଥିବା  ହାତୀ ଓ ମଣିଷ ଲଢେ଼ଇ ଥମିବାର ନାମ ଧରୁନାହିଁ । ଜଣକ ପରେ ଜଣେ ହାତୀ ଆକ୍ରମଣରେ ଟଳି ପଡ଼ିବାରେ ଲାଗିଛନ୍ତି । ଏହାକୁ ରୋକିବାରେ ବନ ବିଭାଗ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବାର ପରିଲକ୍ଷିତ ହୋଇଛି । ଗତ ଜୁନ ୧୭ରେ ରାସଗୋବିନ୍ଦପୁର ରେଞ୍ଜ ଡ଼ାଙ୍କରବିଲା ଗ୍ରାମରେ ଝାଡ଼ଖଣ୍ଡ ହାତୀ ଆକ୍ରମଣରେ ହରିଆ ସୋରେନ(୬୫)ଙ୍କ ମୃତ୍ୟୁ  ହୋଇଥିବା ବେଳେ  ଜୁନ ୨୦ରେ ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ହଳଦିପଦା ଯୁଗଳ ଗ୍ରାମରେ ଉକ୍ତ ହାତୀ ପଲ ଆକ୍ରମଣରେସାଧବାଣୀ ସିଂ(୫୦) ନାମକ ଜଣେ ବିଧବା ମହିଳାଙ୍କ ମୃତ୍ୟୁ  ହୋଇଥିବାର ଜଣାପଡ଼ିଛି । ଗତ କାଲି ରାତିରେ ପ୍ରାୟ ୩୫ରୁ ଅଧିକ ଝାଡ଼ଖଣ୍ଡୀ ହାତୀ ପଲ ଗ୍ରାମ ମଧ୍ୟ ଦେଇ ଯାଉଥିବା ବେଳେ ସାଧବାଣୀ ସିଂ ସେମାନଙ୍କ ହାବୁଡ଼ରେ ପଡ଼ିଯାଇଥିଲେ ଓ ହାତୀଗୁଡ଼ିକ ସାଧବାଣୀକୁ ଶୁଣ୍ଢରେ ଟେକି ଫିଙ୍ଗି ପାଦରେ ଦଳି ଦେଇଥିଲେ । ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା । ଖବରପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଁଞ୍ଚି ମୃତ ଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଦେଇଥିଲେ । ସାଧବାଣୀର ମୃତୁ୍ୟ ବନ ବିଭାଗର ଅପାରଗତାକୁ ପଦାରେ ପକାଇଦେଇଛି । ହାତୀର ଗତିବିଧିକୁ ବନ ବିଭାଗ ନିରିକ୍ଷଣ କରି ଗ୍ରାମବାସୀମାନଙ୍କୁ ସତର୍କ କରାଇଥିଲେ ସାଧବାଣୀର ଜୀବନ ବଞ୍ଚିପାରିଥାନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରଛନ୍ତିି ।

Leave A Reply

Your email address will not be published.