ମାତ୍ର ୬ ଘଣ୍ଟା ମଧ୍ୟରେ ନିଖୋଜ ନାବାଳକକୁ ଉଦ୍ଧାର କଲା କାକଟପୁର ପୋଲିସ

4


କାକଟପୁର ତା ୨୪/୧୧ ନିଖୋଜ ନାବାଳକଙ୍କୁ ଉଦ୍ଧାର କରିବାରେ କାକଟପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଅଭିଯୋଗ ପାଇବାର ମାତ୍ର ୬ ଘଣ୍ଟା ମଧ୍ୟରେ ନିଖୋଜ ନାବାଳକଙ୍କୁ ଉଦ୍ଧାର କରି ପରିବାରକୁ ହସ୍ତାନ୍ତର କରିଛି କାକଟପୁର ଥାନା ପୋଲିସ। କାକଟପୁର ଥାନା ଆଇଆଇସି ବସନ୍ତ କୁମାର ସାହୁଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଥାନା ଅନ୍ତର୍ଗତ ପାଟସୁନ୍ଦରପୁର ଗ୍ରାମର ଜଣେ ମହିଳା ତାଙ୍କ ୧୩ ବର୍ଷୀୟ ନାବାଳକ ପୁଅ ନିଖୋଜ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ପୁଅ ଘରୁ ବାହାରି ଯାଇଥିବା ପରେ ଆଉ ଫେରି ନଥିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ତଥାପି ତାଙ୍କର କୌଣସି ସନ୍ଧାନ ନମିଳିବାରୁ ଶେଷରେ ପୋଲିସର ସହାୟତା ଲୋଡ଼ିଥିଲେ।
ଅଭିଯୋଗ ପାଇବା ପରେ ଆଇଆଇସି ଶ୍ରୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ତତ୍ପରତା ପ୍ରକାଶ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ବିଭିନ୍ନ ଦିଗରୁ ଖୋଜାଖୋଜି କରିଥିଲା। ପୋଲିସର ତ୍ୱରିତ ପଦକ୍ଷେପ ଓ ଉଦ୍ୟମ ଫଳରେ ମାତ୍ର ୬ ଘଣ୍ଟା ମଧ୍ୟରେ ନାବାଳକଙ୍କୁ ଠାବ କରାଯାଇ ଉଦ୍ଧାର କରାଯାଇଥିଲା। ପରେ ଆବଶ୍ୟକ ପ୍ରକ୍ରିୟା ଅନୁସାରେ ନାବାଳକଙ୍କୁ ପରିବାର ଲୋକଙ୍କ ଜିମା ଦିଆଯାଇଥିଲା। କାକଟପୁର ପୋଲିସର ଏଭଳି ତତ୍ପରତା ଓ ସମୟୋଚିତ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ନିଖୋଜ ନାବାଳକଙ୍କୁ ଅଳ୍ପ ସମୟ ମଧ୍ୟରେ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ଫଳରେ ପରିବାର ଲୋକେ ଆଶ୍ୱସ୍ତି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.