ମହାପ୍ରଭୁଙ୍କ ଏନ୍ତୁଡ଼ିଶାଳ ଦେଉଳି ମଠରେ ବୋଇତ ବନ୍ଦାଣ, ଡ଼ଙ୍ଗା ଭସାଇଲେ ହଜାର ହଜାର ଶ୍ରଦ୍ଧାଳୁ

1


କାକଟପୁର ୨୨//୧୧ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ କାକଟପୁରସ୍ଥିତ ମହାପ୍ରଭୁ ଜଗନ୍ନାଥଙ୍କ ଏନ୍ତୁଡ଼ିଶାଳ ଭାବେ ପରିଚିତ ଐତିହାସିକ ଦେଉଳି ମଠରେ ପାରମ୍ପରିକ ବୋଇତ ବନ୍ଦାଣ ଉତ୍ସବ ଭକ୍ତି ଓ ଉତ୍ସାହର ସହ ପାଳିତ ହୋଇଯାଇଛି। ଏହି ପବିତ୍ର ଉତ୍ସବରେ ବିଶ୍ୱ ହିନ୍ଦୁ ପରିଷଦ କାକଟପୁର ପ୍ରଖଣ୍ଡ ଦ୍ୱାରା ଆୟୋଜିତ ଓ ଦେଉଳି ମଠ ଡେଭଲପମେଣ୍ଟ ଚାରିଟେବୁଲ ଟ୍ରଷ୍ଟର ସହଯୋଗ ରେ ସମସ୍ତ ସଭ୍ୟ ମାନେ ସାଧବ ବେଶରେ ସୁସଜ୍ଜିତ ହୋଇ ପୌରାଣିକ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ଗାଥାକୁ ସାଉଁଟିବା ଶହ ବୋଇତ ବନ୍ଦାଣ ଉତ୍ସବ ଭକ୍ତି ଓ ଉତ୍ସାହ ର ସହ ପାଳନ କରିଥିଲେ l ମହାପ୍ରଭୁ ଜଗନ୍ନାଥଙ୍କ ଜନ୍ମ ସହ ଜଡ଼ିତ ଏନ୍ତୁଡ଼ିଶାଳ ଭାବେ ଲୋକ ବିଶ୍ୱାସରେ ପରିଚିତ ଦେଉଳି ମଠ ଭକ୍ତମାନଙ୍କ ପାଇଁ ଏକ ଆସ୍ଥା ଓ ଶ୍ରଦ୍ଧାର ପବିତ୍ର କେନ୍ଦ୍ର।
ଧାର୍ମିକ ଆସ୍ଥା, ଐତିହାସିକ ପରମ୍ପରା ଓ ଓଡ଼ିଆ ସଂସ୍କୃତିର ଅପୂର୍ବ ସମନ୍ୱୟରେ ଦେଉଳି ମଠର ବୋଇତ ବନ୍ଦାଣ ଉତ୍ସବ କାକଟପୁର ଅଞ୍ଚଳରେ ଏକ ଆକର୍ଷଣୀୟ ଓ ସ୍ମରଣୀୟ ପରିବେଶ ସୃଷ୍ଟି କରିଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତି ଓ ନିଷ୍ଠାର ସହ ଏହି ଉତ୍ସବ କୁ ପାଳନ କରିଥିଲେ l ଟ୍ରଷ୍ଟର ସଭାପତି କାଳିଚରଣ ସ୍ୱାଇଁ, ବିଶ୍ୱ ହିନ୍ଦୁ ପରିଷଦ ର କାକଟପୁର ପ୍ରଖଣ୍ଡ ସଭାପତି କାବୁଲା ବିଶ୍ୱାଳଙ୍କ ସମେତ ସମସ୍ତ ସଭ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ

Leave A Reply

Your email address will not be published.