କାକଟପୁର, ତା. ୨୪/୧୧: ମାନବସେବା ହିଁ ମାଧବସେବା। ଏହି ମହତ୍ ଉଦ୍ଦେଶ୍ୟକୁ ଆଧାର କରି କାକଟପୁର ବ୍ଲକ ଅନ୍ତର୍ଗତ ବାଘମୁଣ୍ଡା ଓ ଗଙ୍ଗାନାରାୟଣପୁର ଅଞ୍ଚଳରେ ମା’ ବ୍ରାହ୍ମଣୀ ଦେବୀ ଓ ଗଙ୍ଗେଶ୍ୱର ମହାଦେବ ମନ୍ଦିର କମିଟି ପକ୍ଷରୁ ଏକ ମହତ୍ ଜନସେବା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ବରିଷ୍ଠ ସମାଜସେବୀ କାଳନ୍ଦୀ ଚରଣ ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ଏବଂ କମିଟି ସଦସ୍ୟମାନଙ୍କ ସହଯୋଗରେ ଅଞ୍ଚଳର ୮୦ ଜଣ ଅସହାୟ ଓ ବୟୋଜ୍ୟେଷ୍ଠ ବୃଦ୍ଧବୃଦ୍ଧାଙ୍କୁ ମାଗଣାରେ କମ୍ବଳ ସମେତ ଶୀତବସ୍ତ୍ର ବଣ୍ଟନ କରାଯାଇଛି।
ଶୀତର ପ୍ରକୋପରୁ ବୟସ୍କ ଓ ଅସହାୟ ବ୍ୟକ୍ତିମାନଙ୍କୁ ସୁରକ୍ଷା ଦେବା ସହ ସେମାନଙ୍କ ମୁହଁରେ ହସ ଫୁଟାଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ ବୋଲି କମିଟି ପକ୍ଷରୁ କୁହାଯାଇଛି। ଏଭଳି ଜନକଲ୍ୟାଣମୂଳକ ପଦକ୍ଷେପ ସମାଜରେ ସେବା, ସହଯୋଗ ଓ ମାନବିକତାର ଭାବନାକୁ ଅଧିକ ସୁଦୃଢ଼ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ସମାଜସେବା ପାଇଁ ପ୍ରେରଣା ଯୋଗାଇବ ବୋଲି ମତପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମରେ କମିଟି ସଦସ୍ୟ ଅନ୍ତର୍ଯ୍ୟାମୀ ସ୍ୱାଇଁ, ମାଗୁଣି ପରିଡ଼ା, ପ୍ରମୋଦ ବେହେରା, ନୀଳକଣ୍ଠ ସ୍ୱାଇଁ, ପ୍ରଦୀପ୍ତ ମୁଦୁଲି ଓ ପଞ୍ଚୁଭାଇନାଙ୍କ ସମେତ କମିଟିର ଅନ୍ୟାନ୍ୟ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବାବେଳେ ବୁଟୁ ଓ ମୁନା ସହଯୋଗର ହାତ ବଢ଼ାଇଥିଲେ।
Sign in
Sign in
Recover your password.
A password will be e-mailed to you.