ରାସ ପୂର୍ଣ୍ଣିମା ରେ କେଲିଆ ଶୈବ ପୀଠରେ ୨୦ ହଜାର ଭକ୍ତଙ୍କ ସମାବେଶ

2

ଡାବୁଗାଁ _ ଯଶୋବନ୍ତ ପରିଚ୍ଛା (ଶାସକ ପ୍ରଶାସକ)ତା ୨୪/୧୧/୨୬ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ର ପ୍ରସିଦ୍ଧ କେଲିଆ ବାବା ଝାଡ଼େଶ୍ୱର ଶୈବ ପୀଠରେ ଆଜି ପବିତ୍ର ରାସ ପୂର୍ଣ୍ଣିମା ଅବସରରେ ୨୦ ହଜାର ଭକ୍ତଙ୍କ ସମାଗମ ହୋଇଛି । ଏଥିରେ ଅବିଭକ୍ତ କୋରାପୁଟ ଜିଲ୍ଲା ବ୍ୟତୀତ ପୋଡ଼ସି ଛତିଶଗଡ଼ ରାଜ୍ୟରୁ ଭକ୍ତଙ୍କ ସୁଅ ଛୁଟିଥିଲା । କେଲିଆ ମନ୍ଦିର ପରିଚାଳନା କମିଟି ତରଫରୁ ଭକ୍ତଙ୍କ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ସୁବିଧା ପ୍ରଦାନ କରାଯାଇଥିଲା । ଭକ୍ତ ଙ୍କ ଭିଡ ଦୃଷ୍ଟିରେ ରଖି ବେରିକଡ ଦେଇ ଲମ୍ବା ଧାଡିରେ ଭକ୍ତ ବାବା ଝାଡ଼େଶ୍ୱର ଙ୍କୁ ଦର୍ଶନ କରିଥିଲେ । ବଡି ଭୋର ରୁ ମନ୍ଦିର ରେ ସ୍ବତନ୍ତ୍ର ନୀତିକାନ୍ତି ପରେ ଭକ୍ତଙ୍କୁ ମନ୍ଦିର ଦର୍ଶନ ନିମନ୍ତେ ଧାଡ଼ି ରେ ଛଡା ଯାଇଥିଲା । ଭିଡ କୁ ଦୃଷ୍ଟି ରେ ରଖି ଡାବୁଗାଁ ପୁଲିସ ସହ ବାଣୁଆଗୁଡା ଯୁବକ ସଂଘ ର ଯୁବକ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । କେଲିଆ ବାବା ଝାଡ଼େଶ୍ୱର ଦର୍ଶନ ସହ ଭକ୍ତ ମାନେ ମନ୍ଦିର ରୁ ୩ କିମି ଦୂର ପାହାଡ ପର୍ବତ ଘେରା ପାର୍ବତୀ ମନ୍ଦିର ମଧ୍ୟ ଦର୍ଶନ କରିଥିଲେ । ସେହିପରି ଆଜି ପବିତ୍ର ରାସ ପୂର୍ଣ୍ଣିମା ରେ ବଇତ ବନ୍ଧାଣି ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଥିଲା । ଡାବୁଗାଁ ର ଅଙ୍ଗିନଦୀ ଓ ପୋଖରୀ ରେ ଡଙ୍ଗା ଭସାଇବା ପାଇଁ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଆ ,କା, ମା , ବୈ ଗୀତ ସହ ସୁସଜ୍ଜିତ ଡଙ୍ଗାରେ ପାନ ଗୁଆ ଥୋଇ ଶ୍ରଦ୍ଧାଳୁ ମାନେ ଡଙ୍ଗା ଭସାଇ ଥିଲେ। ଡାବୁଗାଁ ର ଜଗନ୍ନାଥ ମନ୍ଦିର, ବାଘବେଡା ଧବଳେଶ୍ଵର ମନ୍ଦିର, ଡଙ୍ଗରିଗୁଡା ଶିବ ମନ୍ଦିର, ଜୟନ୍ତିନଗର ସ୍ଥିତ ରାଧାକୃଷ୍ଣ ମନ୍ଦିର,ହନୁମାନ ମନ୍ଦିର, ନୁଆଗୁଡା ସ୍ଥିତ ମା ମଙ୍ଗଳା ମନ୍ଦିର,ବସ ଷ୍ଟାଣ୍ଡ ର ତାରିଣୀ ମନ୍ଦିର , ମା ସମଲେଇ ମନ୍ଦିର, ବିରିଶୋଲା ଶିବ ମନ୍ଦିର, ଜୁନାପାଣି ର ବାବା ଆଖଣ୍ଡଳମଣି ଶୈବ ପୀଠ ପ୍ରମୁଖ ଦେବାଳୟ ମାନଙ୍କ ରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା । କେଲିଆ ବାବା ଝାଡେଶ୍ୱର ଶୈବ ପୀଠ, ସ୍ଥାନୀୟ ଜଗନ୍ନାଥ ମନ୍ଦିର, ଡଙ୍ଗରିଗୁଡ଼ା ଶିବ ମନ୍ଦିର,ବାଘବେଡା ଧବଳେଶ୍ୱର ମନ୍ଦିର ରେ ଭକ୍ତଙ୍କ ପାଇଁ ଅନ୍ନଭୋଗ କରାଯାଇଥିଲା ।

Leave A Reply

Your email address will not be published.