ରାଇକିଆ,ଜି.ଉଦୟଗିରି ,୨୦/୧୧(ଅବନୀ କୁମାର ପ୍ରଧାନ )କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ଓ ଜି.ଉଦୟଗିରି ବ୍ଲକ୍ ର ବିଭିନ୍ନ୍ ବାତ୍ୟା ଆଶ୍ରୟ ସ୍ଥଳୀ କୁ ବୁଲି ଲୋକଙ୍କ ସୁବିଧା ଅସୁବିଧା ବିଷୟ ବୁଝିଛନ୍ତି ଜିଲ୍ଲା ବିଜେଡ଼ି ସଭାପତି ପଦ୍ମନାଭ ବେହେରା। ଅର୍ଣାବ୍ ରେ ରାଇକିଆ ଓ ଜି.ଉଦୟଗିରି ବ୍ଲକ୍ ଅଞ୍ଚଳରେ ବିଶେଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ପୁଣି ଏକ ବାତ୍ୟା ଅକ୍ୱନ୍ କୁ ଦୃଷ୍ଟି ରେ ରଖି ବିଭିନ୍ନ ସ୍ଥାନ ରେ ଖୋଲା ଯାଇଥିବା ଆଶ୍ରୟସ୍ଥଳୀ କୁ ବିଜେଡ଼ି ଟିମ ଗସ୍ତ କରି ପ୍ରଶାସନ ର ପ୍ରସ୍ତୁତି କାର୍ଯ୍ୟଶୈଳୀ କୁ ନେଇ ସ୍ଥିତି ପରଖିଥିଲେ ।ଏହି ପରିଦର୍ଶନ ବେଳେ ରାଜ୍ୟ ସଂଖ୍ୟା ଲଘୁ ସେଲ୍ ଉପସଭାପତି ଜୟାନନ୍ଦ ନାୟକ,ରାଇକିଆ ବ୍ଲକ୍ ବିଜେଡି ସଭାପତି ଦେବି ପ୍ରସାଦ ପଣ୍ଡା, ମିଥୁନ ଦିଗାଳ,ପ୍ରଦୀପ ପ୍ରଧାନ,ରୋଶନ ନାୟକ, ବ୍ଲେଶନ ନାୟକ ଙ୍କ ସହ ଦଳୀୟ କର୍ମୀ ଉପସ୍ଥିତ ଥିଲେ। ରାଇକିଆ ରେ ବାତ୍ୟା ଆଶ୍ରୟସ୍ଥଳ ବୁଲିବା ପରେ ଜି. ଉଦୟଗିରି ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳ ମଧ୍ୟ ବୁଲି ଦେଖିବା ସହ ଲୋକଙ୍କ ଦୁଃଖ ଶୁଣିବା ସହ ପ୍ରଶାସନ ର ବ୍ୟବସ୍ଥା ନେଇ ପଚାରି ବୁଝିଥିଲେ। ଏବଂ ଅଧିକାରୀ ମାନଙ୍କ ସହ ବାତ୍ୟା ପରିଚାଳନା ପ୍ରସଙ୍ଗ ରେ ଆଲୋଚନା କରିଥିଲେ ଜିଲ୍ଲା ସଭାପତି ପଦ୍ମନାଭ ବେହେରା।ଏହି ସମୟରେ ବିଜେଡି ନଗର ସଭାପତି ଅନିଲ କୁମାର ଦଳବେହେରା,ନଗର ସଭାନେତ୍ରୀ କୃତାଞ୍ଜଳି ନାୟକ,ରାଜ୍ୟ ସଂଖ୍ୟାଲଘୁ ସେଲ ସମ୍ପାଦିକା ଜାଲିନା ପ୍ରିୟଦର୍ଶିନୀ, ଜିଲ୍ଲାପରିଷଦ ସଭ୍ୟା ତଥା ମହିଳା ବ୍ଲକ ସଭାନେତ୍ରୀ ଲିଲିମା ପ୍ରଧାନ,ଏମଡି ଆଲମାସ ଜିଲନ ନାୟକ ଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଉପସ୍ଥିତ ଥିଲେ।