ଝାରସୁଗୁଡ଼ା, ୧୯ ଝାରସୁଗୁଡା ଜିଲ୍ଲା ଶ୍ରୀପୁରା ଗ୍ରାମ ସ୍ଥିତ ଗୌରାଙ୍ଗ ମଠ ପ୍ରାଙ୍ଗଣରେ ଆରମ୍ଭ ହୋଇଥିବା ବିଶ୍ୱଶାନ୍ତି ମହାଯଜ୍ଞ’ ଅବସରରେ ଗୁରୁବାର ଦିନ ଏକ ଭବ୍ୟ ଓ ଭକ୍ତିମୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି | କାର୍ଯ୍ୟକ୍ରମ ଅନୁଯାୟୀ ଗୁରୁବାର ସନ୍ଧ୍ୟା ୪.୩୨ ମିନିଟରେ ଶ୍ରିପୁରା ଗ୍ରାମ ରେ କୀର୍ତନ୍ୟ ମଣ୍ଡଳୀ ଙ୍କ ସହିତ କର୍ତ୍ତା ବିଶ୍ୱନାଥ ତ୍ରିପାଠୀ ଓ କମଳିନୀ ତ୍ରିପାଠୀ ଙ୍କ ଉପସ୍ଥିତି ରେ ଶ୍ରିପୁରା ଗ୍ରାମ ର ଶତାଧିକ ମହିଳା ପୁରୁଷ ଭକ୍ତ ଙ୍କ ଉପସ୍ଥିତି ରେ କଳସ ଅଧିବାସ କରାଯାଇଥିଲା। ଏହା ପରେ ୭.୧୫ ମିନିଟରୁ ଭଜନ, ଜଣାଣ ଓ ସ୍ତୁତି ପରିବେଷଣରେ ସମଗ୍ର ଅଞ୍ଚଳ ଆଧ୍ୟାତ୍ମିକ ପରିବେଶରେ ମୁଖରିତ ହୋଇଉଠିଥିଲା। ସନ୍ଧ୍ୟା ୭.୧୫ ମିନିଟରେ ଆରତି ଓ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା।
ମହାଯଜ୍ଞର ଏହି ପବିତ୍ର ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଗ୍ରାମବାସୀ ଯୋଗଦେଇ ଶ୍ରିପୁରା ସ୍ଥିତ ମଠ ପଡ଼ା ପୋଖରୀ ରୁ ପାଣି ନେଇ କଳସ ଯାତ୍ରାକୁ ସଫଳ କରିଥିଲେ। ମଠାଧୀଶ ପୂର୍ଣ୍ଣଚନ୍ଦ୍ର ପାଢ଼ୀ ଙ୍କ ସହିତ ପଣ୍ଡିତ ଚନ୍ଦ୍ରଶେଖର ମିଶ୍ର ଓ ସୁରେନ୍ଦ୍ର ମିଶ୍ରଙ୍କ ପୌରୋହିତ୍ୟରେ ଏହି ମହାଯଜ୍ଞ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଶେଷ ଦିନରେ ପୂର୍ଣ୍ଣାହୁତି, ସାଧୁସେବା ଓ ମହାପ୍ରସାଦ ସେବନର ବ୍ୟବସ୍ଥା ରହିଛି।ଏହି କଳସ ଶୋଭାଯାତ୍ରା ରେ ତ୍ରିନାଥ ତ୍ରିପାଠୀ, ଗଣନାଥ ତ୍ରିପାଠୀ ଙ୍କ ସହିତ ଗ୍ରାମ ଯୁବକ, ଜନସାଧାରଣ ସହଯୋଗ କରିଥିଲେ |
Sign in
Sign in
Recover your password.
A password will be e-mailed to you.