ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

0

ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ :  ସୁନ୍ଦରଗଡ଼ ଗତକାଲି ଜିଲ୍ଲାପାଳ ଶ୍ରୀମତୀ ରଶ୍ମିତା ପଣ୍ଡା ହେମଗିର ବ୍ଲକ ପରିଦର୍ଶନ କରି ବିଭିନ୍ନ ଅଂଚଳରେ ଚାଲିଥିବା ଉନ୍ନତିମୂଳକ ପ୍ରକଳ୍ପର୍ ସମୀକ୍ଷା କରିଛନ୍ତି | ବିସ୍ଥାପିତ ଲୋକମାନଙ୍କୁ ଭେଟିବା ସହ ଟପରିଆ ସୀମାନ୍ତ ଅଞ୍ଚଳରେ ଚାଲିଥିବା ରାସ୍ତା କାମର ତଦାରଖ କରି ସେଠାକାର ସ୍ଥିତି ପରଖିଥିଲେ |  ତାପରେ କୁଲାଡ଼ା କୋଇଲା ଖଣି ଅଞ୍ଚଳ ପରିଦର୍ଶନ କରିଥିଲେ | ତାପରେ ଗଡ଼ ତୁମୁଲିଆ ଗ୍ରାମ ପଞ୍ଚାୟତର୍ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର୍ ସମୀକ୍ଷା କରିଥିଲେ | ତୁମୁଲିଆ ଏଏନଏମସେଣ୍ଟର ବୁଲି ଦେଖିବା ସହ ସେଠାରେ ସେ ଲୋକଙ୍କୁ ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ | ତାପରେ ଗଡ଼ଦ୍ୱାରା କ୍ଷୁଦ୍ରଜଳସେଚନ ପ୍ରକଳ୍ପ ଏବଂ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାମର ତଦାରଖ କରିବା ସହ ପ୍ରକଳ୍ପ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ | ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି |

Leave A Reply

Your email address will not be published.