ଜୟ ମା ଦୁଆରସୀନି ଅନୁଷ୍ଠାନ ତରଫରୁ ରକ୍ତଦାନ ଶିବିର

0

ନୂଆପଡା,(ଅମିତ ପୁରୋହିତ) ; ସଦର ବ୍ଲକ ଧରମବନ୍ଧା ପଚାଂୟତରେ ଜୟ ମା ଦୁଆରସୀନି ଅନୁଷ୍ଠାନ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ  ହୋଇଯାଇଛି । ଧରମବନ୍ଧା ସରପଂଚ ପ୍ରକାଶ କଲାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂଆପଡା ଜିଲ୍ଲା ଆରକ୍ଷୀ ଅଧିକାରୀ ଡ.ସ୍ମିତ ପି ପରମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ସଦର ବ୍ଲକ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଏଡିଏମଓ ମେଡିକାଲ ଜ୍ୟୋତ୍ସ୍ନାରାଣୀ  ପଟନାଏକ, ବ୍ଲଡ ବ୍ୟାଙ୍କ ଅଧିକାରୀ ଡ. ଲଳିତ ମୋହନ ବିଶି ଧରମବନ୍ଧା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡ.ସୁଜିତ କୁମାର, ଥାନା ଅଧିକାରୀ ଦିଲିପ କୁମାର ଲାକ୍ରା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଶିବିିରରେ ସର୍ବମୋଟ ୨୪ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । କାର୍ଯ୍ୟକ୍ରମରେ କମିଟି ତରଫରୁ ରକ୍ତଦାତା ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । କମିଟିର ସଂପାଦକ ଗେନ୍ଦରାମ ସାହୁ, କୋଷାଧକ୍ଷ ଭରମଚନ୍ଦ ଜୈନ, ପୁଷ୍କରନାଥ କଲାର, ଶଶିକାନ୍ତ କଲାର, ଆଶା ଦଣ୍ଡସେନା,କିଶୋର ପରିଡା ଆଦି ସହଯୋଗ କରିଥିଲେ ।

Leave A Reply

Your email address will not be published.