ବେଲଗୁଣ୍ଠା,୧୮/୧୧,-(ଶିବରାମ ଚୌଧୁରୀ )-ପ୍ରଳୟଙ୍କରୀ ବାତ୍ୟା ‘ଅର୍ଣ୍ଣବ’ ସମୟରେ ସାହସିକତା, କର୍ତ୍ତବ୍ୟନିଷ୍ଠା ଓ ମାନବସେବାର ପରିଚୟ ଦେଇଥିବା ସାମ୍ବାଦିକ ଶିବରାମ ଚୌଧୁରୀଙ୍କୁ ‘ଅର୍ଣ୍ଣବ ଯୋଦ୍ଧା’ ସମ୍ମାନରେ ସମ୍ମାନିତ କରିଛି ଶ୍ରୀ ନ୍ୟୁଜ ଓଡ଼ିଆ। ବାତ୍ୟା ସମୟରେ ନିଜ ଜୀବନକୁ ବାଜି ଲଗାଇ ପ୍ରଭାବିତ ଅଞ୍ଚଳରୁ ପ୍ରତ୍ୟକ୍ଷ ଖବର ସଂଗ୍ରହ, ଜନସଚେତନତା ସୃଷ୍ଟି ଏବଂ ବିପନ୍ନଙ୍କ ନିକଟରେ ସହାୟତା ପହଞ୍ଚାଇବାରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି। ଜଣେ ଦାୟିତ୍ୱବାନ ଓ ସାହସୀ ପ୍ରତିନିଧି ଭାବେ ଶ୍ରୀ ଚୌଧୁରୀ ବିପର୍ଯ୍ୟୟର କଠିନ ପରିସ୍ଥିତିରେ ନିଜର ସାମ୍ବାଦିକତା ଦାୟିତ୍ୱ ତୁଲାଇବା ସହ ମାନବିକତାର ପରିଚୟ ଦେଇଥିଲେ।
ଏହି ଅବସରରେ ଶ୍ରୀ ଚୌଧୁରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ନିର୍ଭୀକ ସାମ୍ବାଦିକତା ଯାତ୍ରାର ନିରନ୍ତର ସଫଳତା କାମନା କରାଯାଇଛି। ସାମ୍ବାଦିକ ଶିବରାମ ବେଲଗୁଣ୍ଠା ପ୍ରେସକ୍ଲବ୍ ର ଜଣେ ସକ୍ରିୟ ସଦସ୍ୟ ହୋଇଥିବାରୁ, ଶିବରାମଙ୍କ ଏହି ସଫଳତାରେ ବେଲଗୁଣ୍ଠା ପ୍ରେସକ୍ଲବ୍ ରେ ଖୁସିର ଲହରୀ ଖେଳି ଯାଇଛି। ବେଲଗୁଣ୍ଠା ପ୍ରେସକ୍ଲବ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସମେତ ସମସ୍ତ ସଦସ୍ୟ ସଦସ୍ୟା ଶିବରାମଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।