ଜେଇ ପହଂଚି ପାରିଲେନି, ହେଲେ ପହଂଚିପାରିଲେ ଜିଲ୍ଲାପାଳ

0 1

ବଲାଙ୍ଗିର: (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର )  ଝଡ଼ ବତାସ ଯୋଗୁଁ ପେଲେସଲାଇନ, ଇଛାପଡା, ସାଗର ପଡା ଓ ରାଜେନ୍ଦ୍ର ପଡା ଅଞ୍ଚଳରେ କେତେକ ସ୍ଥାନରେ ଗଛ ପଡି ଲାଇନ ତାର ଛିଣ୍ଡି ପଡିଥିଲା ହେଲେ ଦିର୍ଘ ୫ ଘଣ୍ଟା ବିତିଯାଇଥିଲେ ମଧ୍ୟ ଲାଇନ୍ ଆସି ନାହିଁ। ଏଥିରେ ଉତ୍ତ୍ୟକ୍ତ  ହୋଇ ଲୋକମାନେ ପେଲେସଲାଇନ ମେନ ରାସ୍ତାରେ ଟାୟାର୍ ଜାଳି ରାସ୍ତା ଅବରୋଧ କରିଥିଲେ। ଏହା ଫଲରେ ରାସ୍ତା ରେ ବହୁ  ଯାନ ବାହାନ ଅଟକି ରହିଥିଲା ତାହା ଜାଣିବା ପରେ ଜିଲ୍ଲା ପାଲ ଘଟଣା ସ୍ଥଳରେ ପହଞ୍ଚି ଯାନ ବାହାନ ସହିତ ବିଦ୍ୟୁତ ର କୈଣସି ସମ୍ପର୍କ ନାହିଁ ରାସ୍ତା ଅବରୋଧ ନକରିବା ପାଇଁ ଲୋକ ମାନଙ୍କୁ ବୁଝାଇଥିଲେ। ହେଲେ ଲୋକେ ଲାଇନ୍ ନ ଆସିଲେ ଯାନ ବାହାନ ଛାଡିବୁନି ବୋଲି କହିଥିଲେ | ଏହି ମଧ୍ୟରେ ଜଣେ କହିଥିଲେ  ଜିଲ୍ଲାପାଲ ଘଟଣା ସ୍ଥଳରେ ପହଞ୍ଚି ପାରୁଛନ୍ତି ହେଲେ ଇଲେକ୍ଟ୍ରିକ ବିଭାଗର ଜେ.ଇ କିମ୍ବା ଏସଡିଓର ଦେଖାନାହିଁ ଆପଣ ଏଠାକୁ ଆସିଥିବାରୁ ଆମେ ଖୁସି। ଆଉ ମଧ୍ୟ କହିଥିଲେ ଆପଣ ନୟାଗଡ଼ ବନ୍ଧୁ ଥିଲେ ଆମେ ବି ଆପଣଙ୍କୁ ବଲାଙ୍ଗୀର ବନ୍ଧୁ ଭାବେ ଚାହୁଁଛୁ। ଏହାପରେ ଲୋକେ କରତାଲି ଦେଇ ଉସ୍ସାହିତ କରିଥିଲେ। ପୁଣି ଜିଲ୍ଲାପାଲ ରାସ୍ତାରୋକରୁ ଓହରି ଯିବା ପାଇଁ ନିବେଦନ କରିଥିଲେ। ଲୋକେ ଲାଇନ ନ ଆସିବା ପର୍ଯ୍ୟନ୍ତ ଜିଲ୍ଲା ପାଲଙ୍କ ବାସଭବନରେ ବସିବୁ ବୋଲି କହିବାରୁ ଜିଲ୍ଲାପାଲ ହସିକି “ଚାଲନ୍ତୁ ମୁ ବି ବସିବି” ବୋଲି କହିଥିଲେ।

Leave A Reply

Your email address will not be published.