ଭୁବନେଶ୍ୱର:- ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଦ୍ୟୋଗୀ ସଂଘ (ଓଏଏସଏମ୍ଇ ) ଏବଂ ଇ-ଲିଗ୍ ର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ ଓଏଏସଏମ ଏଲିଟ୍ ପ୍ରିମିୟର ଲିଗ୍ ୨୦୨୬-୨୭’, ସ୍ଥାନୀୟ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ସ୍ଥିତ ଇଡକୋ କ୍ରିକେଟ୍ ପଡ଼ିଆରେ ଏହା ଶୁଭାରମ୍ଭ ହୋଇଯାଇଛି। ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ବିଭିନ୍ନ ସଂସ୍ଥାଗତ ଦଳ ଅଂଶଗ୍ରହଣ କରିଛନ୍ତି, ଯେଉଁମାନେ ଏକ ରୋମାଞ୍ଚକର ଟି-୨୦ ଲିଗ୍ ମାଧ୍ୟମରେ କ୍ରୀଡ଼ା ଦକ୍ଷତାର ପ୍ରଦର୍ଶନ କରିଛନ୍ତି।
ଏହି ଉଦଘାଟନୀ ଉତ୍ସବରେ ଡି.ଆଇ.ସି. (DIC) ର ଜେନେରାଲ୍ ମ୍ୟାନେଜର ଶ୍ରୀମତୀ ସୁଚିତା ମଲ୍ଲିକ ଏବଂ ଭୁବନେଶ୍ୱରସ୍ଥିତ ଏନ୍.ଏସ୍.ଆଇ.ସି. (NSIC) ର ଡେପୁଟି ଜେନେରାଲ୍ ମ୍ୟାନେଜର ଶ୍ରୀ କମଳ ଲୋଚନ ନାୟକ, ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶାର ଶିଳ୍ପ ଓ ବିଭିନ୍ନ ସଂସ୍ଥା ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ଏକତ୍ରିତ କରିବା ଏବଂ ସେମାନଙ୍କୁ ଅନୁପ୍ରାଣିତ କରିବାରେ କ୍ରୀଡ଼ାର ଯେ ଏକ ବିଶେଷ ଅଂଶ ରହିଛି, ତାହା ଏହି ଅତିଥିମାନଙ୍କ ଉପସ୍ଥିତିରୁ ସ୍ପଷ୍ଟ ବାରି ହୋଇପଡ଼ୁଛି।
ଅଂଶଗ୍ରହଣକାରୀ ଦଳଗୁଡ଼ିକ ହେଲା:
୧. ରେଲୱେ ରାଇଡର୍ସ (Railway Raiders)
୨. ୟୁନାଇଟେଡ୍ ପୋଲିସ୍ (United Police)
୩. କଳିଙ୍ଗ ଡାକ୍ତର ଏକାଦଶ (Kalinga Doctors XI)
୪. ଓଡ଼ିଶା ସଚିବାଳୟ କ୍ରିକେଟ୍ ଆସୋସିଏସନ୍ (Odisha Secretariat Cricket Association)
୫. ଇଡକୋ IDCO
୬. E-League (ଇ-ଲିଗ୍)
୭. ଓଏଏସଏମ୍ଇ OASME
୮. KIIT (କିଟ୍)
୯. iServeU (ଆଓଏଏସଏମ୍ଇଇ-ସର୍ଭ-ୟୁ)

ଏହି ମ୍ୟାଚଗୁଡ଼ିକ କେବଳ ସପ୍ତାହ ଶେଷରେ ବା ଶନିବାର ଏବଂ ରବିବାର ଦିନ ଅନୁଷ୍ଠିତ ହେବ ଏବଂ ସମସ୍ତ ଦଳ ‘ଡଫ୍ ବଲ୍’ (duff balls) ବ୍ୟବହାର କରି ଖେଳିବେ। ଟୁର୍ଣ୍ଣାମେଣ୍ଟ ଶେଷରେ ବିଜୟୀ ଦଳକୁ ଆକର୍ଷଣୀୟ ପୁରସ୍କାର ରାଶି ଏବଂ ଉପହାର ପ୍ରଦାନ କରାଯିବ।
ଏହି ଚାମ୍ପିୟନସିପ୍ ‘ସିଙ୍ଗଲ୍ ରାଉଣ୍ଡ-ରବିନ୍’ ପଦ୍ଧତିରେ ଖେଳାଯିବ। ଏଥିରେ ନଅଟି ଦଳ ମଧ୍ୟରୁ ପ୍ରତ୍ୟେକ ଦଳ ମୋଟ ଆଠଟି ଲିଗ୍ ମ୍ୟାଚ୍ ଖେଳିବେ, ଯାହା ଫଳରେ ମୋଟ ୩୬ଟି ରୋମାଞ୍ଚକର ମ୍ୟାଚ୍ ଅନୁଷ୍ଠିତ ହେବ। ଆୟୋଜକମାନେ ଆଶା କରୁଛନ୍ତି ଯେ ସେମିଫାଇନାଲ ଏବଂ ଗ୍ରାଣ୍ଡ ଫାଇନାଲ କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ପ୍ରଥମ ମ୍ୟାଚରେ ଓଏଏସଏମ୍ଇ ଏବଂ କୀଟ ମଧ୍ୟରେ ମ୍ୟାଚ୍ ଥିଲା । ଯେଉଁଥିରେ କୀଟ ଉତିନ୍ନ ହୋଇଛି। ୪ଟି ୱିକେଟ୍ ରେ ଜିତି ଆଗକୁ ଖେଳିବାକୁ ଯାଉଛି।