କାକଟପୁର ପୋଲିସର ଚଢ଼ାଉ, ୨୬ ବୋତଲ ଦେଶୀ ମଦ ଜବତ ଜଣେ ଗିରଫ

17


କାକଟପୁର:୧୪/୧୧,କାକଟପୁର ଥାନା ଅଞ୍ଚଳରେ ବେଆଇନ ମଦ କାରବାର ଉପରେ ପୋଲିସର ନଜରଦାରୀ ଜାରି ରହିଛି। ଗତକାଲି ସନ୍ଧ୍ୟାରେ ପୋଲିସର ନିୟମିତ ପାଟ୍ରୋଲିଂ ସମୟରେ କଟକଣା ଛକଠାରେ ବେଆଇନ ଭାବେ ବିଦେଶୀ ମଦ ବିକ୍ରି ହେଉଥିବା ଜାଣିବାକୁ ପାଇ ପୋଲିସ ଚଢ଼ାଉ କରିଥିଲା। ଏହି ସମୟରେ ମଦ ବିକ୍ରି ଅଭିଯୋଗରେ ଜଣେ ଯୁବକଙ୍କୁ ଚିହ୍ନଟ କରିବା ସହ ତାଙ୍କ ନିକଟରୁ ୨୬ଟି ବୋତଲ ଆସ୍କା-୪୦ ମଦ ଜବତ କରିଛି। ଜବତ ମଦର ପରିମାଣ ୫.୨ ଲିଟର ବୋଲି ଜଣାପଡ଼ିଛି।
ପୋଲିସ ସୂଚନା ଅନୁଯାୟୀ, ଏଏସ୍‌ଆଇ ଜୟନ୍ତୀ ସାହୁ ପୋଲିସ କର୍ମଚାରୀଙ୍କ ସହ ସନ୍ଧ୍ୟାକାଳୀନ ପାଟ୍ରୋଲିଂ କରୁଥିବା ବେଳେ ଏହି ବେଆଇନ ମଦ ବିକ୍ରି ଘଟଣା ଧରାପଡ଼ିଥିଲା। ଏନେଇ ଅଭିଯୁକ୍ତ ବାଜପୁର ଗ୍ରାମର ଶରତ ବେହେରାଙ୍କ ପୁଅ ଗଣେଶ ବେହେରା (୨୪)ଙ୍କ ବିରୋଧରେ କାକଟପୁର ଥାନା କେସ୍ ନଂ-୪୧୮, ତା.୧୩.୧୦.୨୦୨୬ରେ ଓଡ଼ିଶା ଅବକାରୀ ଆଇନ, ୨୦୦୮ର ଧାରା ୫୨(କ) ଅନୁଯାୟୀ ମାମଲା ରୁଜୁ ହୋଇଛି।
ଅଭିଯୁକ୍ତଙ୍କୁ ବିଏନ୍‌ଏସ୍‌ର ଧାରା ୩୫(୩) ଅନୁଯାୟୀ ନୋଟିସ୍ ଜାରି କରାଯାଇଛି। ଏହି ମାମଲାର ତଦନ୍ତ ଏଏସ୍‌ଆଇ ସଞ୍ଜୟ ପାଟଶାଣୀଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.